The Topmost

“The eyes believe themselves, the ears believe other people.”

ଇଣ୍ଡୋନେସିଆରେ ୪ ନମ୍ବର ସତର୍କତା ଜାରି

ଇଣ୍ଡୋନେସିଆରେ ଫାଟିଲା ଜ୍ୱାଳାମୁଖୀ ମାଉଣ୍ଟ ସେମେରୋ । ଏହାର ପ୍ରଭାବରେ ୧୨ ହଜାର ଫୁଟ ଉଚ୍ଚରେ ଜ୍ୱାଳାମୁଖୀ ପାହାଡରୁ ଗରମ ପବନ, ଲାଭା ଏବଂ ଧୂଆଁ ବାହାରିଥିଲା । ଫଳରେ ନିକଟରେ ଥିବା ଚାଷଜମିରେ ଏହି ଲାଭା ମାଡିଯାଇଛି । ଯାହାଦ୍ବାରା ସ୍ଥାନୀୟ ଲୋକଙ୍କ ପାଇଁ ସର୍ବୋଚ୍ଚ ସତର୍କତା ଜାରି କରାଯାଇଛି । ଲୋକମାନଙ୍କୁ ଏହି ପର୍ବତର ୮ କିଲୋମିଟର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ତେବେ ପୂର୍ବ ଜାଭା ପ୍ରଦେଶରେ ଥିବା ସେମେରୁ ହେଉଛି ଇଣ୍ଡୋନେସିଆର ସର୍ବୋଚ୍ଚ ଆଗ୍ନେୟଗିରି । ସେପଟେ ଏପର୍ଯ୍ୟନ୍ତ କେହି ମୃତାହତ ହେବାର ଖବର ମିଳିନାହିଁ । ଇଣ୍ଡୋନେସିଆ ସରକାର ଅଗ୍ନି ଉଦଗୀରଣକୁ ଦୃଷ୍ଟିରେ ରଖି ୪ ନମ୍ବର ସତର୍କତା ଜାରି କରିଛନ୍ତି । ଏହାର ଅର୍ଥ ହୋଉଛି ଲୋକମାନଙ୍କ ଘରଦ୍ୱାର ପ୍ରତି ବିପଦ ରହିଛି । ଏହାସହ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।