ଇଣ୍ଡୋନେସିଆରେ ଭୂକମ୍ପ ଝଟକା । ପଶ୍ଚିମ ସୁମାତ୍ରା ଦ୍ବୀପର ରାଜଧାନୀରେ ସକାଳୁ ଜୋରଦାର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୭.୩ ରହିଥିବା ଇଣ୍ଡୋନେସିଆ ଜିଓଫିଜିକ୍ସ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି । ଭୂପୃଷ୍ଠ ଠାରୁ ୮୪ କି.ମି ତଳେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିବାରୁ ସୁନାମି ଆଲର୍ଟ ଜାରି କରାଯାଇଛି । ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ସମୁଦ୍ର ତଟ ଠାରୁ ଦୂରରେ ରହିବାକୁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ୩୦ ସେକେଣ୍ଡ ଧରି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଭୂକମ୍ପଜନିତ କ୍ଷୟକ୍ଷତି ବାବଦରେ ସୂଚନା ମିଳିପାରିନାହିଁ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ