ତିନି ରାଜ୍ୟରେ ବିଜେପିର ବଜୟ ବିରୋଧୀ ମେଣ୍ଟ ଇଣ୍ଡିଆକୁ ଦେଇଛି ବଡ ଝଟକା । ଇଣ୍ଡିଆ ମେଣ୍ଟ ପାଇଁ ଏହା ସତର୍କର ଘଣ୍ଟି ଭଳି ହୋଇଛି । ଏଭଳି ସ୍ଥିତିରେ ଇଣ୍ଡିଆ ମେଣ୍ଟର ବୈଠକ ଡକାଯାଇଛି । ଆସନ୍ତାକାଲି ବିରୋଧୀ ମେଣ୍ଟ ଇଣ୍ଡିଆ ଆଲିଆନ୍ସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖିଆ ସାମିଲ ହେବେ ନାହିଁ ବୋଲି ଜଣା ପଡିଛି । ଯାହା ପୁଣିଥରେ ଇଣ୍ଡିଆ ମେଣ୍ଟରେ ଫାଟକୁ ଦର୍ଶାଇଛି । ମମତା ବାନାର୍ଜୀ ଇଣ୍ଡିଆ ମେଣ୍ଟର ଚେହେରା ହେବା ଉଚିତ୍ ବୋଲି ତୃଣମୂଳ କଂଗ୍ରେସ ପକ୍ଷରୁ ବାରମ୍ବାର କୁହାଯାଉଛି । ସେପଟେ ଇଣ୍ଡିଆ ମେଣ୍ଟର କିଏ ହେବ ପ୍ରଧାନମନ୍ତ୍ରୀ ଚେହେରା ଏହାକୁ ନେଇ ମଧ୍ୟ ଆରମ୍ଭ ହୋଇ ଯାଇଛି ଟକ୍କର । କଂଗ୍ରେସର ପରାଜୟ ପରେ, ନୀତୀଶ କୁମାରଙ୍କୁ ବିରୋଧୀ ମେଣ୍ଟର ବିଶ୍ୱସନୀୟ ଚେହେରା କରିବାକୁ ଜେଡିୟୁ ପକ୍ଷରୁ ଦାବି କରାଯାଇଛି । ଇଣ୍ଡିଆ ମେଣ୍ଟର ନେତୃତ୍ୱ ନୀତୀଶ କୁମାର ନେବା ଉଚିତ ବୋଲି ଦଳ ପକ୍ଷରୁ ମଧ୍ୟ ବହୁବାର କୁହାଯାଇଛି । ଏହାରି ଭିତରେ ଇଣ୍ଡିଆ ମେଣ୍ଟର ଚେହେରା ମଲ୍ଲିକାର୍ଜୁନ ଖଡଗେଙ୍କୁ କରିବାକୁ କଂଗ୍ରେସ ନିଷ୍ପତି ନେଇଥିବା ମଧ୍ୟ ଚର୍ଚ୍ଚା ହେଉଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ