The Topmost

“The eyes believe themselves, the ears believe other people.”

ଇଣ୍ଡିଆ ଗେଟ୍ ଆଗରେ ଅନଶନରେ ବସିବେ କୁସ୍ତିଯୋଦ୍ଧା

ଇଣ୍ଡିଆ ଗେଟ୍ ଆଗରେ ଅନଶନରେ ବସିବାକୁ କୁସ୍ତିଯୋଦ୍ଧାଙ୍କ ନିଷ୍ପତ୍ତି । ଗଙ୍ଗାରେ ମେଡାଲ ଭସାଇବେ ରେସଲର । ଜନ୍ତରମନ୍ତରରେ ୧୪୪ ଧାରା ଲାଗୁ ପରେ ଇଣ୍ଡିଆ ଗେଟ ଆଗରେ ଅନଶନ କରିବାକୁ ଘୋଷଣା କରିଛନ୍ତି ରେସଲର । ବିଜେପିର ବାହୁବଳି ନେତା ତଥା ରେସଲର ସଂଘ ସଭାପତି ବ୍ରିଜଭୂଷଣ ସରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ପ୍ରତି ଦିଲ୍ଲୀ ପୋଲିସର ଜୁଲମ ପରେ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି କୁସ୍ତିଯୋଦ୍ଧା । ଦେଶ ପାଇଁ ମେଡାଲ ଜିତିବାକୁ ଅନେକ ପରିଶ୍ରମ କରିଛୁ । ସେହି ମେଡାଲକୁ ପବିତ୍ର ଗଙ୍ଗାନଦୀରେ ଭସାଇବାକୁ ନିଷ୍ପତ୍ତି ନେଇଛୁ ବୋଲି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଭିନେଶ ଫୋଗଟ, ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆ । ଆଜି ସନ୍ଧ୍ୟା ୬ଟାରେ ଗଙ୍ଗାରେ ମେଡାଲ ଭସାଇବାକୁ ଘୋଷଣା କରିଛନ୍ତି କୁସ୍ତିଯୋଦ୍ଧା ।