ଚଳିତଥର ଇଣ୍ଡିଆନ ପ୍ରିମିୟର ଲିଗ୍ ର ୧୫ତମ ସଂସ୍କରଣ ଚାଲିଛି । ତେବେ ମ୍ୟାଚ୍ ହେବାର ଆରମ୍ଭରୁ ହିଁ ଦର୍ଶକଙ୍କୁ ଭାଇରାଲ ଖବର ମିଳିଲାଣି । ତେବେ ଏହି ମ୍ୟାଚରେ ଆଇପିଏଲ ଟିମ୍ ଚେନ୍ନାଇ ସୁପର କିଙ୍ଗସ୍ ର ଅଧିନାୟକ ମହେନ୍ଦ୍ର ସିଂ ଧୋନି ନିଜ କ୍ୟାପଟେନସିକୁ ରବିନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିଛନ୍ତି । ତେବେ ଏହି ବଦଳି କୋଲକାତା ନାଇଟ ରାଇଡର୍ସ ସହ ମ୍ୟାଚ୍ ଖେଳିବାର ମାତ୍ର ଗୋଟିଏ ଦିନ ପୂର୍ବରୁ କରାଯାଇଛି । ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଗଡେ ଷcାଡିୟମରେ ଖେଳାଯିବ । ତେବେ ଧ୍ୱନୀଙ୍କ କପ୍ତାନୀରେ ଚେନ୍ନାଇ ସୁପର କିଙ୍ଗସ ଖେଳାଯାଇଥିବା ୧୨ଟି ସିଜିନ୍ ମଧ୍ୟରୁ ୪ଟି ଜିତିଛି ।https://twitter.com/ChennaiIPL/status/1506948123306110978

ଏଥରର ଟିମରେ ରହିଛନ୍ତି ଏମଏସ ଧୋନି, ମୋଇନ ଅଲି, ରୁତୁରାଜ ଗାଇକୱାଡ, ରବିନ୍ଦ୍ର ଜାଡେଜା, ଅମ୍ବାତି ରାୟୁଡୁ, ଡୱେନ ବ୍ରାଭୋ, ରବିନ ଉଥାପ୍ପା, ଦୀପକ ଚହର, କେ.ଏମ ଆସିଫ, ତୁଷାର ଦେଶପାଣ୍ଡେ, ଶିବମ ଦୁବେ, ମହେଶ ଥିଶାନା, ରାଜଭାରଡ ହଙ୍ଗରଗେକର, ସିମରଜିତ ସିଂ, ଦେବନ କନଭେରୀ , ସୁଭ୍ରାନ୍ସୁ ସେନାପତି, ମୁକେଶ ଚୌଧୁରୀ, ପ୍ରଶାନ୍ତ ସୋଲାନକି, ସି ହରି ନିଶାନ୍ତ, ଏନ ଜଗାଦେସନ, କ୍ରିସ ଜୋର୍ଡାନ, କେ ଭାଗବତ ଭର୍ମା । ତେବେ ଧ୍ୱନୀଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରିଥିବା ଟିମ୍ ଏବେ ଜାଡେଜାଙ୍କ ନେତୃତ୍ୱରେ କେତେଦୂର ଭଲ ପ୍ରଗର୍ଶନ କରିବ ତାହା ଦେଖିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି ।

1 thought on “ଇଣ୍ଡିଆନ୍ ପ୍ରିମିୟର ଲିଗ୍: ସିଏସକେକୁ ଜାଡେଜାଙ୍କୁ ସମର୍ପିଲେ ଧୋନୀ”