ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମଙ୍କ ବିଜେପିକୁ କଟାକ୍ଷ । ବିରୋଧୀ ଦଳ ନେତାଙ୍କ ଉପରେ ସିବିଆଇ ଚଢ଼ଉକୁ ବିରୋଧ କରି ଚିଦମ୍ବରମ କହିଛନ୍ତି, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ଏବଂ ସିବିଆଇ ବିଜେପି ନିର୍ଦ୍ଦେଶରେ କାମ କରୁଛନ୍ତି । ଏବଂ ଉକ୍ତ ତଦନ୍ତକାରୀ ସଂସ୍ଥା ଦ୍ବାରା ୯୫ ପ୍ରତିଶତ ବିରୋଧୀ ଦଳ ନେତା ଗିରଫ ହେଉଛନ୍ତି । ମୋର୍ବି ପୋଲ ଦୁର୍ଘଟଣା ସଂକ୍ରାନ୍ତରେ ଟିପ୍ପଣୀ ରଖି ଚିଦମ୍ବରମ କହିଛନ୍ତି, ଏହା ଖୁବ୍ ଆଶ୍ଚର୍ଯ୍ୟଜନକ ଯେ ଏହି ଘଟଣା ପାଇଁ କେହି କ୍ଷମା ମାଗିଲେନି କି କେହି ଇସ୍ତଫା ଦେଲେନି । ଗୁଜରାଟର ଲୋକଙ୍କୁ ମୁଁ ଏହା ଅନୁରୋଧ କରୁଛି ଯେ ଏହି ସରକାର ବଦଳାଇ କଂଗ୍ରେସକୁ ଗୋଟିଏ ଥର ସୁଯୋଗ ଦିଅନ୍ତୁ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ