The Topmost

“The eyes believe themselves, the ears believe other people.”

ଇଡିରେ ହାଜର ପାଇଁ କେଜ୍ରିଓ୍ବାଲଙ୍କୁ ସମନ

ପୁଣି ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ । ଦିଲ୍ଲୀ ମଦ ନୀତି ମାମଲାରେ ଆଜି ହାଜର ହେବା ଲାଗି ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଦିନ ୧୧ଟାରେ ହାଜର ହେବାକୁ ସମନ ପଠାଇଥିଲା ଇଡି । ତେବେ ପୂର୍ବରୁ ଗତ ନଭେମ୍ବରରେ ହାଜର ହେବା ଲାଗି ସମନ ଜାରି ହୋଇଥିଲେ ମଧ୍ୟ ସେ ମଧ୍ୟପ୍ରଦେଶ ନିର୍ବାଚନ ପ୍ରଚାର ଲାଗି ଯାଉଥିବାରୁ ଇଡିରେ ହାଜର ହୋଇପାରି ନଥିଲେ । ଆଇନ ଅନୁସାରେ ଜଣେ ବ୍ୟକ୍ତି ସର୍ବାଧିକ ୩ ଥର ସମନକୁ ଏଡାଇଦେଇପାରିବେ । ଏହା ପରେ ହାଜର ନହେଲେ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ବାନା ଜାରି ହେବ । ଗତ ଏପ୍ରିଲରେ ତାଙ୍କୁ ମଦନୀତି ମାମଲାରେ ଇଡି ୫୬ଟି ପ୍ରଶ୍ନ ପଚାରିଥିଲା । ଏହିମାମଲାରେ ପୂର୍ବରୁ ଗିରଫ ହୋଇସାରିଛନ୍ତି ମନୀଷ ସିସୋଦିଆ ଓ ସଞ୍ଜୟ ସିଂ ।