The Topmost

“The eyes believe themselves, the ears believe other people.”

ଇଟାର ଜବାବ ପଥରରେ ଦିଆଯିବ

ପିଓକେକୁ ନେଇ ଉତ୍ତର କମାଣ୍ଡ ମୁଖ୍ୟଙ୍କ ବଡ ବୟାନ । ପାକ୍ ଅଧିକୃତ କାଶ୍ମୀର ତଥା ପିଏକେକୁ ନେଇ ବଡ଼ ବୟାନ ଦେଇଛନ୍ତି ଭାରତୀୟ ସେନାର ଉତର କମାଣ୍ଡ ମୁଖ୍ୟ ଲେଫ୍ଟନାଂଟ୍ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ଭାରତ ସରକାରଙ୍କ ନିର୍ଦ୍ଦେଶ ମିଳିବା ମାତ୍ରେ ଆମେ ପିଓକେ ଦଖଲ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଉତ୍ତର କମାଣ୍ଡ ମୁଖ୍ୟ । ପାକିସ୍ତାନ ସହ ଭାରତର ସୀମା ବିବାଦକୁ ନେଇ ଲେଫ୍ଟନାଂଟ୍ ଜେନେରାଲ ଉପେନ୍ଦ୍ର କହିଛନ୍ତି ଯେ ସୀମାରେ ଆମେ ଶାନ୍ତି ଚାହୁଁଛୁ । ଯଦି ପାକିସ୍ତାନ ଅସ୍ତ୍ରବିରତି ଉଲଙ୍ଘନ କରେ ତେବେ ଇଟାର ଜବାବ ପଥରରେ ଦିଆଯିବ ।