ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କୁ ଚିଠି ଲେଖିଲେ ଦୁଷ୍କର୍ମ ପୀଡ଼ିତା । ଉତରପ୍ରଦେଶ ପିଲିଭିଟ ଜିଲ୍ଲାର ଜଣେ ୫୦ ବର୍ଷୀୟା ଦୁଷ୍କର୍ମ ପୀଡ଼ିତା ତାଙ୍କ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି । ମହିଳା ଜଣକ ତାଙ୍କ ଜ୍ୱାଇଁଙ୍କ ଭାଇ ଏବଂ ତାଙ୍କ ସହକର୍ମୀଙ୍କ ଦ୍ୱାରା ଜୁଲାଇ ୩୧ରେ ଗଣଦୁଷ୍କର୍ମର ଶିକାର ହୋଇଥିବା ସୂଚନା ରହିଛି । ଶାହାଜାହାନପୁର ଜିଲ୍ଲା ବାନ୍ଦା ଗାଁରେ ସମୁଦିଙ୍କ ପରିବାରକୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇଥିଲେ । ଏହି ସମୟରେ ସେ ଦୁଷ୍କର୍ମର ଶିକାର ହୋଇଥିବା ସେ କହିଛନ୍ତି । ଏହି ସମ୍ପର୍କରେ ସେ ଜ୍ୱାଇଁଙ୍କ ପରିବାରକୁ ଜଣାଇଥିଲେ ମଧ୍ୟ ଏହାକୁ ସେମାନେ ଧ୍ୟାନ ଦେଇ ନଥିଲେ । ପରେ ଏନେଇ ପ୍ରଥମେ ସ୍ଥାନୀୟ ଥାନାରେ ଏତଲା ଦେବା ପରେ ପୁଲିସ ଶୁଣି ନଥିବା କହିଛନ୍ତି ପୀଡ଼ିତା । ପୁଲିସ ସହ ପ୍ରଶାସନ ମଧ୍ୟ ପୀଡିତାଙ୍କ ଅଭିଯୋଗ ଶୁଣି ନଥିବା କହିଛନ୍ତି । ଲୋକଲଜ୍ୟା, ଅପମାନ ସହି ପାରୁ ନଥିବାରୁ ସେ ଇଚ୍ଛାମୃତ୍ୟୁ ଚାହିଁଛନ୍ତି । ଅନ୍ୟପଟେ ଏସପି ଅଶୋକ କୁମାର ମିନା ତଦନ୍ତ କରି ଏନେଇ କୈାଣସି ପ୍ରମାଣ ମିଳିନାହିଁ ଏବଂ ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ