ଆସ୍ଥା ଭୋଟରେ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଆଜି ବିଧାନସଭାରେ ହୋଇଥିବା ଆସ୍ଥା ଭୋଟରେ କେଜ୍ରିଓ୍ବାଲଙ୍କ ସପକ୍ଷରେ ମିଳିଛି ୫୮ ଭୋଟ । ଆସ୍ଥା ଭୋଟରେ ବିଜୟୀ ହେବା ପରେ ବିଜେପି ବିରୋଧରେ ବର୍ଷିଛନ୍ତି କେଜ୍ରିଓ୍ବାଲ । ଆମ୍ ଆଦମୀ ବିଧାୟକଙ୍କୁ ବିଜେପି କିଣିବା ଉଦ୍ୟମ ବିଫଳ ହୋଇଛି । ୭୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଆପର ୬୨ ବିଧାୟକ ଥିବାବେଳେ ବିଜେପିର ଅଛନ୍ତି ୮ ବିଧାୟକ । କେଜ୍ରିୱାଲ କହିଛନ୍ତି ମୋର ସମସ୍ତ ବିଧାୟକଙ୍କ ସମର୍ଥନ ରହିଛି । ଦୁଇ ଜଣ ଆପ ବିଧାୟକ ଏବେ ବିଦେଶରେ ଅଛନ୍ତି । ଜଣେ ଜେଲରେ ରହିଥିବା ବେଳେ ଜଣେ ଗୃହର ବାଚସ୍ପତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦିଲ୍ଲୀରେ ଅପରେସନ ଲୋଟସ ବିଫଳ ହୋଇଛି । ବିଧାନସଭାରେ ଆସ୍ଥା ଭୋଟ ଲାଗି ଗତ ଅଗଷ୍ଟ ୨୯ ତାରିଖରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ କେଜ୍ରିଓ୍ବାଲ । ବିଜେପି ଅପରେସନ ଲୋଟସ ଚଳାଇଥିବାବେଳେ ଦିଲ୍ଲୀବାସୀଙ୍କ ଦ୍ୱନ୍ଦ୍ୱ ଦୂର କରିବାକୁ ପ୍ରସ୍ତାବ ଆଗତ କରିଥିଲେ ନିଜେ କେଜ୍ରିୱାଲ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ