ଆସୁଛି ବାତ୍ୟା ମିଞ୍ଚାଉଙ୍ଗ୍। ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ଵବର୍ତ୍ତୀ ମଲ୍ଲାକା ଷ୍ଟ୍ରେଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପଶ୍ଚିମ ଓ ଉତ୍ତର – ପଶ୍ଚିମ ଦିଗରେ ଗତି କରୁଛି । କାଲି ସୁଦ୍ଧା ଏହା ଅବପାତର ରୂପ ନେବ । ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି । ମିଞ୍ଚାଉଙ୍ଗର ପ୍ରଭାବ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଓଡ଼ିଶା ଓ ଆନ୍ଧ୍ରରେ ପ୍ରଭାବ ପଡ଼ିବ ବୋଲି ଆକଳନ କରାଯାଉଛି । କାଲି ଭିତରେ ଲ୍ୟାଣ୍ଡଫଲ ଡେଷ୍ଟିନେସନ୍ ଜଣାପଡ଼ିବ । ସିଷ୍ଟମ ଉପରେ ଭାରତୀୟ ପାଣିପାଗ ବିଭାଗ ସ୍ବତନ୍ତ୍ର ନଜର ରଖିଛି । ବାତ୍ୟା ହେଲେ ତା’ର ନାଁ ରହିବ ମିଞ୍ଚାଉଙ୍ଗ । ମିଆଁମାର ଏପରି ନାମକରଣ କରିଛି । ବାତ୍ୟା ମିଞ୍ଚାଉଙ୍ଗ୍ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁପାରେ ବୋଲି ବିଭିନ୍ନ ମଡେଲ ଆଶଙ୍କା କରିଛନ୍ତି । ଆନ୍ତର୍ଜାତିକ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲ୍ସଙ୍କ ଆକଳନ ଅନୁସାରେ, ଆନ୍ଧ୍ରରୁ ବାଂଲାଦେଶ ମଧ୍ୟରେ ବାତ୍ୟା ମିଞ୍ଚାଉଙ୍ଗ୍ ସ୍ଥଳଭାଗ ଛୁଇଁପାରେ । ଅକ୍ଟୋବର ଏବଂ ନଭେମ୍ବର ଓଡ଼ିଶା ପାଇଁ ବାତ୍ୟାପ୍ରବଣ ମାସ । ଚଳିତ ମାସ ବଙ୍ଗୋପସାଗରରେ ବାତ୍ୟା ମିଧିଲି ସୃଷ୍ଟି ହୋଇ ବାଂଲାଦେଶରେ ଲ୍ୟାଣ୍ଡଫଲ କରିଥିଲା । ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିନଥିଲା । କିନ୍ତୁ ବାତ୍ୟା ମିଞ୍ଚାଉଙ୍ଗ୍ ଓଡ଼ିଶା ଉପରେ ପ୍ରଭାବ ପକାଇବାର ଆଶଙ୍କା ଅଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା