ବିରଳ ପ୍ରଜାତିର କଇଁଛ ଅଲିଭ୍-ରିଡ୍ଲେଙ୍କ ଆଗମନ ପାଇଁ ଧାମରାରୁ ଦେବୀ ମୁହାଣ ଓ ଗହୀରମଥାରେ ମାଛଧରା ଉପରେ କଟକଣା ଜାରି କରାଯାଇଛି। ନଭେମ୍ବର ପହିଲାରୁ ମେ’ ୩୧ ପର୍ଯ୍ୟନ୍ତ, ଦୀର୍ଘ ୭ ମାସ ଧରି ୧୪୩୭ ବର୍ଗକି.ମି ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଏବଂ ଧାମରା ମୁହାଣରୁ ଦେବୀ ମୁହାଣ ୧୬୦ କି.ମି ପର୍ଯ୍ୟନ୍ତ ଅଞ୍ଚଳରେ ମାଛଧରା ବୋଟ୍ ଓ ଟ୍ରଲର୍ ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ଚେତାଇ ଦିଆଯାଇଛି । ଏହି ବିରଳ ଅଲିଭ୍ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ବାବୁବାଲି ଓ ଅଗରନାଶିରେ ଦୁଇଟି ଅଫିସ୍ ଓ ୧୪ଟି ସ୍ଥାନରେ କଇଁଛ ସୁରକ୍ଷା ଶିବିର ସ୍ଥାପନ କରାଯିବ। ଏହି ବିରଳ କଇଁଛଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ସମେତ କୋଷ୍ଟଗାର୍ଡ, ମେରାଇନ୍ ପୁଲିସ, ମତ୍ସ୍ୟ ବିଭାଗ ମିଳିତ ଭାବେ ପାଟ୍ରୋଲିଂ କରିବେ ବୋଲି ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ