ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପବିତ୍ର ଭୂମି ପୂଜନ ସମାରୋହ ଅଗଷ୍ଟ ୫ତାରିଖରେ ଅନୁଷ୍ଠିତ ହେବ । ଆଉ ଏଥିପାଇଁ ନିମନ୍ତ୍ରଣ କାର୍ଡର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଗାଢ ହଳଦିଆ ରଙ୍ଗର ଏହି ନିମନ୍ତ୍ରଣ କାର୍ଡକୁ ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଏହି ଅବସରରେ ପ୍ରାୟ ୨୦୦ ନିମନ୍ତ୍ରିତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କାର୍ଡ ପଠାଯିବ । ସାରା ଦେଶରୁ ପାଖାପାଖି ୬ ହଜାର ଲୋକଙ୍କୁ ନିମନ୍ତ୍ରଣ କରାଯିବାର ସୂଚନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିରର ଶିଳାନ୍ୟାସ କରିବେ । ଏହି ଐତିହାସିକ କାର୍ଯ୍ୟକ୍ରମରେ ଅନେକ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ ସାଧୁ ସନ୍ଥମାନେ ଯୋଗ ଦେବାର ସମ୍ଭାବନା ରହିଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ