The Topmost

“The eyes believe themselves, the ears believe other people.”

Mumbai, Dec 14 (ANI): Brihanmumbai Municipal Corporation's health department to conduct COVID19 testing at the apartment building of Bollywood actress Kareena Kapoor Khan, in Mumbai on Tuesday. The Bollywood actress has been advised of home quarantine after being tested positive for COVID-19. (ANI Photo)

ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ଅଧ୍ୟାଦେଶ

ରାଜ୍ୟ କ୍ୟାବିନେଟ୍ ଗତ ମେ’ ୨୯ ତାରିଖରେ ଅନୁମୋଦନ କରିଥିବା ଓଡ଼ିଶା ଆପାର୍ଟମେଣ୍ଟ ଅଧ୍ୟାଦେଶ-୨୦୨୩କୁ ରାଜ୍ୟପାଳଙ୍କ ମଞ୍ଜୁରୀ ଗେଜେଟ୍ ବିଜ୍ଞପ୍ତି ଆକାରରେ ଆଇନ ବିଭାଗ ପ୍ରକାଶ କରିଛି । ଏହି ଅଧ୍ୟାଦେଶର ଗେଜେଟ୍ ବିଜ୍ଞପ୍ତି ଜାରି ପରେ ରାଜ୍ୟରେ ଦୀର୍ଘ ପ୍ରାୟ ଏକ ବର୍ଷରୁ ଅଧିକ ଦିନ ଧରି ଆପାର୍ଟମେଂଟ କିଣାବିକା ଉପରେ ରହିଥିବା କଟକଣା ନିରସ୍ତ୍ର ହୋଇଛି । ଏହି ଓଡ଼ିଶା ଆପାର୍ଟମେଂଟ ଅଧ୍ୟାଦେଶ-୨୦୨୩ ସବୁ ପୁରୁଣା ଓ ନୂଆ ଆପାର୍ଟମେଂଟ ତଥା ଉଭୟ ଫ୍ରି ଓ ଲିଜ୍ ହୋଲଡ୍ ଜମିରେ ନିର୍ମିତ ହୋଇଥିବା ଆପାର୍ଟମେଂଟ ନିମନ୍ତେ ଲାଗୁ ହେବ । ପ୍ରକଳ୍ପର ୫୦ ପ୍ରତିଶତ କିମ୍ବା ୭ଟି ଘର ବୁକ୍ ହୋଇଥିଲେ ଆସୋସିଏସନ୍ ଗଠନ ହେବ ଏବଂ ପ୍ରତ୍ୟେକ ଆପାର୍ଟମେଂଟ ପାଇଁ ଗୋଟିଏ ଲେଖାଏଁ ଆସୋସିଏସନ୍ ରହିବ । ଆପାର୍ଟମେଂଟ କିଣିଥିବା ସମସ୍ତ ବ୍ୟକ୍ତି ଆସୋସିଏସନର ସଦସ୍ୟ ରହିବେ । ରାଜ୍ୟ ଆଇନ ବିଭାଗ ପକ୍ଷରୁ ଜୁନ୍ ୨୮ ତାରିଖରେ ଜାରି ଗେଜେଟ୍ ବିଜ୍ଞପ୍ତି ଅନୁସାରେ ଓଡ଼ିଶା ଆପାର୍ଟମେଂଟ ଅଧ୍ୟାଦେଶ-୨୦୨୩କୁ ରାଜ୍ୟପାଳ ଜୁନ୍ ୨୧ ତାରିଖରେ ଅନୁମୋଦନ କରିଛନ୍ତି । ମେ’ ୨୯ ତାରିଖରେ ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ଆପାର୍ଟମେଂଟ ମାଲିକାନା ଅଧିନିୟମ-୧୯୮୨କୁ ଉଚ୍ଛେଦ କରି ଓଡ଼ିଶା ଆପାର୍ଟମେଂଟ ଅଧ୍ୟାଦେଶ-୨୦୨୩କୁ କାର୍ଯ୍ୟକାରୀ କରିବା ନିମନ୍ତେ ଆଗତ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ । ଏହି ଅଧ୍ୟାଦେଶରେ ଆପାର୍ଟମେଂଟଗୁଡ଼ିକର ଉତ୍ତମ ପରିଚାଳନା ନିମନ୍ତେ ପ୍ରଚଳିତ ଆଇନର ବିଭିନ୍ନ ବ୍ୟବସ୍ଥାରେ ବିବିଧ ସଂଶୋଧନ ଓ ବିଭିନ୍ନ ଧାରାଗୁଡ଼ିକରେ ସଂଯୋଗ ଓ ପରିବର୍ତ୍ତନ ଅଣାଯାଇଛି । ଆପାର୍ଟମେଂଟ ଓ ସାମୂହିକ ଗୃହନିର୍ମାଣ ନିମନ୍ତେ ପ୍ରୋତ୍ସାହନ, ଉପଯୁକ୍ତ ରକ୍ଷଣାବେକ୍ଷଣ ତଥା ତା’ର ଉତ୍ତରାଧିକାରୀ ଓ ହସ୍ତାନ୍ତରଯୋଗ୍ୟ ଅଧିକାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ପରିବର୍ତ୍ତିତ  ଅଧିନିୟମରେ ବ୍ୟବସ୍ଥାରେ ରହିଛି । ଏହି ପରିବର୍ତ୍ତିତ ଅଧିନିୟମ ଆପାର୍ଟମେଂଟ ମାଲିକମାନଙ୍କର ସାଧାରଣ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ସ୍ଥାନ ଉପରେ ଅଧିକାର ପ୍ରଦାନ କରାଇବ ବୋଲି ଜଣାପଡ଼ିଛି ।