ବିରୋଧୀ ଗଠବନ୍ଧନ ଇଣ୍ଡିଆର ଆଗାମୀ ବୈଠକ ମୁମ୍ବାଇରେ ହେବାକୁ ଯାଉଛି । ୩୧ ଅଗଷ୍ଟ ଓ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ଏହି ବୈଠକରେ ବିରୋଧୀ ମେଣ୍ଟର ନୂଆ ଲୋଗୋ ରିଲିଜ କରାଯାଇପାରେ । ନୂଆ ଲୋଗୋ ନେଇ ବିରୋଧୀ ମେଣ୍ଟ ମଧ୍ୟରେ ଥିବା ଦଳ ଗୁଡିକ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । ତେବେ ଏହି ଲୋଗୋ କିଭଳି ଦିଶିବ, ଏହାର ଷ୍ଟାଇଲ କଣ ରହିବ ଓ କେଉଁ ରଙ୍ଗ ରହିବ ତାହାକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ତେବେ ନୂଆ ଲୋଗୋକୁ ନେଇ ଉଦ୍ଧବ ଠାକରେ ଗୋଷ୍ଠୀ ପକ୍ଷରୁ କିଛି ସଂକେତ ମିଳିଛି । ମିଳିଥିବା ସୂଚନା ମୁତାବକ, ନୂଆ ଲୋଗୋରେ ତ୍ରିରଙ୍ଗାରେ ଥିବା ପ୍ରତିଟି ରଙ୍ଗ ରହିବ । ଏହି ଲୋଗୋଟି ଇଟାଲିକ୍ ଫଣ୍ଟ ଷ୍ଟାଇଲରେ ରହିବ । ୯ଟି ନୂଆ ଲୋଗୋ ଭିତରୁ ଏହି ଷ୍ଟାଇଲର ଲୋଗୋ ଅଧିକାଂଶ ଦଳକୁ ପସନ୍ଦ ଆସିଛି । ମୁମ୍ବାଇରେ ହେବାକୁ ଥିବା ବୈଠକରେ ଏହି ଲୋଗୋକୁ ସବୁ ଦଳକୁ ଦେଖାଯିବ । ଲୋଗୋକୁ ନେଇ କୌଣସି ଆପତ୍ତି ଥିଲେ ସଙ୍ଗେ ସଙ୍ଗେ ସେ ବାବଦରେ ପଦକ୍ଷେପ ନିଆଯିବ ।
“The eyes believe themselves, the ears believe other people.”
More Stories
କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ, ଲାଗିଛି ବ୍ୟାପକ ପ୍ରସ୍ତୁତି
କଥା ରଖିଲେ ମୋହନ, ଶ୍ରୀମନ୍ଦିରକୁ 500 କୋଟିର କର୍ପସ ପାଣ୍ଠି ମଞ୍ଜୁର
ସବୁଠୁ ବଡ ସମସ୍ୟା ମହିଳାଙ୍କ ସୁରକ୍ଷା- ସୁପ୍ରିୟା ଶ୍ରୀନେତ