ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବଡ ବୟାନ । ରାଜ୍ୟରେ ଜିହାଦୀ ଗତିବିଧିର ଅଡ୍ଡାସ୍ଥଳ ସୃଷ୍ଟି ହେଉଛି । ଗତ କିଛି ମାସ ଧରି ବାଂଲାଦେଶ ସ୍ଥିତ ଆତଙ୍କବାଦୀ ସଂଗଠନ ଅଂଶରୁଲ ଇସଲାମଙ୍କ ପାଞ୍ଚଟି ମଡ୍ୟୁଲର ପର୍ଦ୍ଦାଫାଶ ହୋଇଥିବା ସେ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଅଂଶରୁଲ ଇସ୍ଲାମ ସମ୍ବନ୍ଧିତ ଛଅ ଜଣ ବାଂଲାଦେଶୀ ନାଗରିକ ଏବଂ ଯୁବକ ଆସାମ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଚଳିତ ବର୍ଷ ମାର୍ଚ୍ଚରେ ଗିରଫ ମଧ୍ୟ ହୋଇଥିଲା । ଆସାମ ବାହାରର ଇମାମମାନେ ମୁସଲିମ ଯୁବକଙ୍କୁ ମଦ୍ରାସାରେ ପାଠପଢାଇବା ନାଁରେ ଆତଙ୍କବାଦୀ ଗତିବିଧିର ଶିକ୍ଷା ଦେଉଛନ୍ତି । ତେଣୁ ଏହା ଚିନ୍ତାଜନକ ବିଷୟ । ଜିହାଦୀ ଗତିବିଧି ଆତଙ୍କବାଦୀ କିମ୍ବା ଉଗ୍ରବାଦ ଗିତିବିଧିରୁ ବହୁତ ଅଲଗା । ଏହା ଅନେକ ବର୍ଷର ଲମ୍ବା ସମୟ ଧରି ଜାରିରହିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ