The Topmost

“The eyes believe themselves, the ears believe other people.”

ଆସାମ ଗୁଆହାଟୀରେ ବର୍ଷା ଓ ଭୂସ୍ଖଳନ

() ଆସାମ ଗୁଆହାଟୀରେ ବର୍ଷା ଓ ଭୂସ୍ଖଳନ । ଲଗାତାର ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ଏହାସହ ସହରର ବିଭିନ୍ନ ସ୍ଥାନ ପାଣି ଘେରରେ ରହିଛି । ତେବେ ଘଟଣାରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ । ଚଳିତ ବର୍ଷ ଆରମ୍ଭରୁ ଏବେ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ୪୨ ଜଣଙ୍କ ଜୀବନ ଗଲାଣି । ମଙ୍ଗଳବାର ବୋରାଗାଁରେ ଭୂସ୍ଖଳନରେ ୪ ଜଣ ପ୍ରାଣ ହରାଇଥିଲେ । ଏହାକୁ ନେଇ ଆସାମ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅଧିକାରୀ କହିଛନ୍ତି ଯେ, ଭୂସ୍ଖଳନ ପାଇଁ ଗୀତାନଗର, ସୋନାପୁର, କଳାପାହାଡ ଓ ନିଜାରାପୁର ଅଞ୍ଚଳରେ ରାସ୍ତା ବନ୍ଦ ହୋଇଯାଇଛି ।