The Topmost

“The eyes believe themselves, the ears believe other people.”

ଆସାମରେ ଭୟଙ୍କର ହେଉଛି ବନ୍ୟାସ୍ଥିତି

() ଆସାମରେ ଭୟଙ୍କର ହେଉଛି ବନ୍ୟାସ୍ଥିତି । ଚାରିଆଡେ ଜଳର ପ୍ରଳୟଙ୍କାରୀ ଚିତ୍ର ହେଖିବାକୁ ମିଳୁଥିବାବେଳେ ବନ୍ୟା ପାଣିରେ ଉବୁଟୁବୁ ୩୩ ଜିଲ୍ଲା । ୪୨ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ବନ୍ୟାପାଣିରେ ଭାସିଯାଇ ୬ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଭୁସ୍ଖଳନ ଯୋଗୁଁ ଚାଚର ଜିଲ୍ଲାରେ ୩ ଜଣ ପ୍ରାଣ ହରାଇ ଥିବାବେଳେ ବନ୍ୟାରେ ଭାସିଯାଇ ୮ ଜଣ ନିଖୋଜ ଅଛନ୍ତି । ସେହିପରି ନଗାଓଁ ଜିଲ୍ଲା କାମପୁର ଅଞ୍ଚଳରେ ବନ୍ୟାପାଣିରେ ଦୁଇ ପୋଲିସ ଅଧିକାରୀ ଭାସି ଯାଇଛି । କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟଜଣଙ୍କ ପତ୍ତା ମିଳିପାରିନି । ବନ୍ୟା ସହ ଭୁସ୍ଖଳନ ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢ଼ି ଯାଇଛି ।