ଅବପାତର ରୂପ ନେଲା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେରେ ସୃଷ୍ଟ ଲଘୁଚାପ । ଆସନ୍ତା ୩ରେ ବାତ୍ୟା ଆଶଙ୍କା । ୪ ତାରିଖ ସନ୍ଧ୍ୟା ବେଳକୁ ବାତ୍ୟା ଅତିକ୍ରମ କରିବା ନେଇ ସମ୍ଭବନା । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘୂର୍ଣ୍ଣିବାତ୍ୟା ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଉପକୂଳରେ ୪ ତାରିଖ ସନ୍ଧ୍ୟାରେ ମାଡ ହେବ ବୋଲି ଆକଳନ କରାଯାଇଛି । ଅବପାତ ଏବେ ଚେନ୍ନାଇଠୁ ୮୦୦ କିଲୋମିଟର ଦୂରରେ ଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହା ପଶ୍ଚିମ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରୁଛି । ଡିସେମ୍ବର ୨ ତାରିଖରେ ଗଭୀର ଅବପାତର ରୂପ ନେବ । ପରେ ୩ ତାରିଖ ବେଳକୁ ସାମୁଦ୍ରିକ ଝଡର ରୂପ ନେବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଡିସେମ୍ବର ୪ ତାରିଖ ସନ୍ଧ୍ୟାରେ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମଛଲିପଟନମରେ ବାତ୍ୟା ଛୁଇଁବ ବୋଲି ଆକଳନ କରାଯାଇଛି । ତେବେ ଏହି ବାତ୍ୟାର ପ୍ରଭାବ ଓଡିଶା ଉପରେ ଏତେଟା ପଡିବ ନାହିଁ । କିନ୍ତୁ ବଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା