ଆସନ୍ତା ୨୩ ତାରିଖରୁ ଆଇପିଏଲ୍ ନିଲାମୀ । ଦେଶବିଦେଶର ୪୦୫ ଖେଳାଳୀଙ୍କ ପାଇଁ ଡକାଯିବ ବୋଲି । କେରଳର କୋଚିଠାରେ ଅନୁଷ୍ଠିତ ହେବ ଇଣ୍ଡିଆ ପ୍ରିମିୟର ଲିଗର ମିନି ଅକ୍ସନ । ସେହିଦିନ ମୋଟ ୪୦୫ ଜଣ ଖେଳାଳିଙ୍କ ପାଇଁ ନିଲାମ ଡକାଯିବ । ସେମାନଙ୍କ ମଧ୍ୟରୁ ୨୭୩ ଜଣ ଭାରତୀୟ ଖେଳାଳି ଥିବାବେଳେ ୧୩୨ ଜଣ ବିଦେଶୀ ଖେଳାଳି ଅଛନ୍ତି । ଆଇପିଏଲ ଟିମ ଗୁଡ଼ିକରେ ମୋଟ ୮୭ଜଣ ଖେଳାଳିଙ୍କ ପାଇଁ ଖାଲି ସ୍ଥାନ ରହିଛି । ସେଗୁଡ଼ିକ ମଧ୍ୟରୁ ୩୦ଟି ସ୍ଥାନ ବିଦେଶୀ ଖେଳାଳିଙ୍କ ପାଇଁ ସଂରକ୍ଷିତ ରହିଛି । ନିଲାମ ପାଇଁ ଉପଲବ୍ଧ ଥିବା ୧୩୨ ଖେଳାଳିଙ୍କ ମଧ୍ୟରୁ ୪ ଜଣଙ୍କୁ ବିସିସିଆଇର ସହଯୋଗୀ ଦେଶରୁ ନିଆଯିବ । ଏହି ନିଲାମ ପାଇଁ ସର୍ବାଧିକ ରିଜର୍ଭ ମୂଲ୍ୟ ୨ କୋଟି ଟଙ୍କା ରଖାଯାଇଛି । ନିଲାମ ଡାକିବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ସର୍ବାଧିକ ୪୨.୨୫ କୋଟି ଟଙ୍କା ପକେଟ ମନି ରଖିଥିବା ବେଳେ କୋଲକାତା ନାଇଟରାଇଡର୍ସ ସର୍ବନିମ୍ନ ୭ କୋଟି ଟଙ୍କା ରଖିଛି ।
“The eyes believe themselves, the ears believe other people.”
More Stories
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ
ଶ୍ରଦ୍ଧାଞ୍ଜଳି ଦେଲେ କ୍ରିକେଟର୍
କ୍ରିକେଟର୍ ହେବାକୁ ହେଲେ କରିବାକୁ ପଡିବ ତ୍ୟାଗ