() ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ବସିବ ବୈଠକ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ । ଗତବର୍ଷ ପ୍ରାକୃତିକ ବିପର୍ଯ୍ୟୟ ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ପରାମର୍ଶର କାର୍ଯ୍ୟକାରିତା ଦିଗରେ ଆଲୋଚନା ହେବ । ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ସବୁ ଜିଲ୍ଲାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ଓଡ଼ିଶାରେ ଆଗକୁ ଆହୁରି ବୈଷୟିକ ପ୍ରଣାଳୀରେ କିପରି ମୁକାବିଲା କରାଯିବ ସେନେଇ ତା’ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯିବ । ଏହାସହ ଆସନ୍ତା ୧୯ ତାରିଖରେ ସବୁ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରାକ୍-ପ୍ରସ୍ତୁତି ମକ୍ ଡ୍ରିଲ୍ କରାଯିବ । ଯେଉଁଥିରେ ତହସିଲଦାର, ଅଗ୍ନିଶମ ଅଧିକାରୀ, ସିଡିଏମଓ, ଏନଜିଓ, ବହୁମୁଖୀ ଆଶ୍ରୟସ୍ଥଳୀର ସଦସ୍ୟ ଓ ବିଭାଗୀୟ ଅଧିକାରୀ ସାମିଲ ହେବେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା