The Topmost

“The eyes believe themselves, the ears believe other people.”

ଆସନ୍ତା ୧୭ରେ ଇଣ୍ଡିଆ ମେଣ୍ଟର ବୈଠକ

ଆସନ୍ତା ୧୭ ତାରିଖରେ ବସିବ ଇଣ୍ଡିଆ ମେଣ୍ଟର ବୈଠକ । ମେଣ୍ଟ ମଧ୍ୟରେ ମତଭେଦ ଓ ମନାନ୍ତରରୁ ଆଜି ହେବାକୁ ଥିବା ବୈଠକ ସ୍ଥଗିତ ରହିଛି । ଇଣ୍ଡିଆ ମେଣ୍ଟର ବୈଠକରେ ୩ ଦଳର ନେତା ଯୋଗ ଦେବାକୁ ଅସନ୍ତୋଷ ପ୍ରକାଶ କରିବାରୁ ବୈଠକ ଘୁଞ୍ଚିଛି । ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଇଣ୍ଡିଆ ମେଣ୍ଟର ବୈଠକ ଆଜି ହେବାର ଥିଲା । ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀ ବୈଠକରେ ଯୋଗ ଦେବାକୁ ଅସନ୍ତୋଷ ପ୍ରକାଶ କରିଥିଲେ । ୫ ରାଜ୍ୟ ନିର୍ବାଚନରେ ସିଟ ଆବଣ୍ଟନ ଠିକରେ ହୋଇଥିଲେ ଇଣ୍ଡିଆ ମେଣ୍ଟର ବିଜୟ ହୋଇଥାନ୍ତା ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହା ଇଣ୍ଡିଆ ମେଣ୍ଟର ହାର ନୁହେଁ କଂଗ୍ରେସର ହାର ବୋଲି କହିଛନ୍ତି ମମତା ।