ଆସନ୍ତାବର୍ଷ ସେପ୍ଟେମ୍ବରରେ ଭାରତ ଆୟୋଜନ କରିବ ଜି-୨୦ ଶିଖର ସମ୍ମିଳନୀ । ସେପ୍ଟେମ୍ବର ୯-୧୦ରେ ଭାରତ ଜି-୨୦ ନେତାମାନଙ୍କର ଶିଖର ସମ୍ମିଳନୀ ଆୟୋଜନ କରିବ ଏବଂ ଚଳିତବର୍ଷ ଡିସେମ୍ବର ପହିଲାରୁ ଏହା ଉକ୍ତ ରଣନୈତିକ ବହୁପାକ୍ଷିକ ମଞ୍ଚର ଅଧ୍ୟକ୍ଷ ଦାୟିତ୍ବ ବହନ କରିବ । ଭାରତ ସରକାର ମଙ୍ଗଳବାର କରିଥିବା ଘୋଷଣା ଅନୁସାରେ ଡିସେମ୍ବର ୧, ୨୦୨୨ରୁ ନଭେମ୍ବର ୩୦, ୨୦୨୩ ପର୍ଯ୍ୟନ୍ତ ଭାରତ ହାତରେ ରହିବ ୧୯ଟି ବିକଶିତ ଓ ବିକାଶଶୀଳ ଦେଶ ଏବଂ ୟୁରୋପୀୟ ୟୁନିୟନକୁ ନେଇ ଗଠିତ ମଞ୍ଚ ଜି-୨୦ର ଅଧ୍ୟକ୍ଷ ପଦ । ତେଣୁ ଆସନ୍ତା ବର୍ଷ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀର ଆୟୋଜନ ଦାୟିତ୍ବ ନେଉଛି ଭାରତ । ଏଥିରେ ସମସ୍ତ ସଭ୍ୟ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ବା ପ୍ରତିନିଧିମାନେ ଯୋଗ ଦେବେ, ଏହାସହ ବାଂଲାଦେଶ, ଇଜିପ୍ଟ, ମରିସସ, ନେଦରଲାଣ୍ଡ, ନାଇଜେରିଆ, ଓମାନ, ସିଙ୍ଗାପୁର, ସ୍ପେନ ଓ ୟୁଏଇକୁ ମଧ୍ୟ ଅତିଥି ଭାବେ ନିମନ୍ତ୍ରଣ କରିବ । ଏଥିସହ ଆଇଏସ୍ଏ, ସିଡିଆର୍ଆଇ ଓ ଏଡିବିକୁ ମଧ୍ୟ ଭାରତ ଅନ୍ତର୍ଜାତୀୟ ଅତିଥି ସଂଗଠନ ଭାବେ ନିମନ୍ତ୍ରଣ କରିବ । ପଡ଼ୋଶୀ ଦେଶ ଭିତରେ କେବଳ ବାଂଲାଦେଶ ହିଁ ଭାରତର ନିମନ୍ତ୍ରିତ ଅତିଥି ତାଲିକାରେ ରହିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ