ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ୨ ପରୀକ୍ଷା ଫଳ । ତେବେ ଏଥର ବି ଦୁଇଟି ପର୍ଯ୍ୟାୟରେ ପ୍ରକାଶ ପାଇବ ଯୁକ୍ତ୨ ପରୀକ୍ଷା ଫଳ । ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ । ଏହାର ୧୦ ଦିନ ମଧ୍ୟରେ ଅର୍ଥାତ୍ ଅଗଷ୍ଟ ୧୦ ସୁଦ୍ଧା ବାକି ଦୁଇ ବିଭାଗ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ କରାଯିବ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଶିକ୍ଷାବର୍ଷ ଯେପରି ପ୍ରଭାବିତ ନ ହୁଏ, ସେ ଦିଗରେ ପଦକ୍ଷେପ ଗ୍ରହଣ କରୁଛୁ । ନିର୍ଧାରିତ ସମୟରେ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ ମୂଲ୍ୟାୟନ ପ୍ରକ୍ରିୟା ସରିଛି । ଫଳ ପ୍ରକାଶ ପୂର୍ବରୁ ଅନ୍ୟାନ୍ୟ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦିଆଯାଉଛି । ତେବେ ଫଳ ପ୍ରକାଶ ନେଇ ଏପର୍ଯ୍ୟନ୍ତ ଦିନ ଧାର୍ଯ୍ୟ ହୋଇନାହିଁ । ତଥାପି ଏ ମାସ ଶେଷ ସୁଦ୍ଧା ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଫଳ ପ୍ରକାଶ କରିବାକୁ ଲକ୍ଷ ରଖିଛୁ ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା