ଆସନ୍ତା ଫେବ୍ରୁଆରୀ ୧୬ରୁ +୨ ପରୀକ୍ଷା । CHSE ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ପ୍ରଥମ ଦିନ ଅର୍ଥାତ୍ ଫେବ୍ରୁଆରୀ ୧୬ରୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବ । ୧୭ ତାରିଖରୁ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିବ। ଜାନୁଆରୀ ୨ ରୁ ୧୨ ତାରିଖ ଯାଏଁ ପ୍ରାକ୍ଟିକାଲ ପରୀକ୍ଷା ଚାଲିବ । ସିସିଟିଭି ନଜରରେ ରହିବ ସବୁ ପରୀକ୍ଷା କେନ୍ଦ୍ର । ଏନେଇ ସୂଚନା ଦେଇଛନ୍ତି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ। ୨୦୨୦ରେ ପଞ୍ଜୀକୃତ ଛାତ୍ରଛାତ୍ରୀ ପୁରୁଣା ସିଲାବସନୁସାରେ ପରୀକ୍ଷା ଦେବେ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍