The Topmost

“The eyes believe themselves, the ears believe other people.”

ଆସନ୍ତାକାଲି ବିରୋଧୀ ଦଳ ବୈଠକ

୨୪ ନିର୍ବାଚନରେ ବିଜେପିକୁ ମାତ୍ ଦେବା ପାଇଁ ଏକାଠି ହେଉଛନ୍ତି ବିରୋଧୀ ଦଳ ମାନେ । ଆସନ୍ତାକାଲି ବିରୋଧୀ ଦଳ ବୈଠକ । ବେଙ୍ଗାଲୁରୁରେ ବସିବ ଏହି ବୈଠକ । ଏହା ପୂର୍ବରୁ ବୈଠକ ହେବାକୁ ଥିବା ସ୍ଥାନର ସମୀକ୍ଷା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା, କଂଗ୍ରେସ୍ ନେତା ରଣଦୀପ ସୁରଜେୱାଲା । କଂଗ୍ରେସ ନେତୃତ୍ୱରେ ଏହି ବୈଠକ ବସୁଛି । ପାଟନାରେ ପ୍ରଥମ ମିଳିତ ବିରୋଧୀ ବୈଠକ ହୋଇଥିଲା । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ଏହି ବୈଠକ ବସିଥିଲା । ବୈଠକରେ ପ୍ରାୟ ୧୮ ଟି ବିରୋଧୀ ଦଳ ଯୋଗଦେଇଥିଲେ । ଆଉ ଏବେ ୨ୟ ବୈଠକ ପାଇଁ ଚଂଳଚଂଚଳ ହୋଇଛନ୍ତି ବିରୋଧୀ । ୨୪ ରାଜନୈତିକ ଦଳ ଏହି ବୈଠକରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।