ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ । ଆସନ୍ତାକାଲି ବିଧାନସଭା ବଜେଟ ଅଧିବେଶନ । ଅଧିବେଶନକୁ ଶାନ୍ତି ଶୃଙ୍ଖଳାର ସହ ସୁଚାରୁ ରୁପେ ତୁଲାଇବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ । ଏହି ବୈଠକ ପୂର୍ବାହ୍ନ ୧୧ଟା ୩୦ରେ ବିଧାନସଭା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ । ବୈଠକରେ ବିରୋଧୀ ଦଳ ନେତାଙ୍କ ସମେତ କଂଗ୍ରେସ ବିଧାୟକ ଦଳ ନେତା, ସିପିଏମ ବିଧାୟକ, ସରକାରୀ ଦଳ ମୁଖ୍ୟ ସଚେତକ ଓ ବିଜେଡିର ବରିଷ୍ଠ ବିଧାୟକ ଯୋଗ ଦେବେ । ଦୁଇଟି ପର୍ଯ୍ୟାୟରେ ୨୭ ଦିନ ଧରି ଚାଲିବାକୁ ଥିବା ଏହି ବଜେଟ ଅଧିବେଶନରେ ବିରୋଧୀ ଓ ଶାସକ ଦଳର ସଭ୍ୟମାନେ ଗୃହ କାର୍ଯ୍ୟରେ ଯେପିରି ସହଯୋଗ କରିବେ ସେନେଇ ବାଚସ୍ପତିଙ୍କ ସହ ହେବ ଆଲୋଚନା । ଏହାସହ ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଦଳ ପାଇଁ ସପ୍ତାହରେ କେତୋଟି ଲେଖାଏଁ ମୁଲତବୀ ପ୍ରସ୍ତାବ ଭାଗ ପଡ଼ିବ ବୈଠକରେ ସ୍ଥିର କରାଯିବ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ