ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ମନିଲଣ୍ଡ୍ରିଂ ମାମଲା । ଜାମିନ ଆବେଦନ ଉପରେ ଆଜି ଶୁଣାଣୀ କରିଛନ୍ତି ଦିଲ୍ଲୀ ପଟିଆଲା ହାଉସକୋର୍ଟ । ଆବେଦନ ଉପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ଓ ଆସନ୍ତାକାଲି ଫଇସଲା ଶୁଣାଇବେ । ଦୁଇ ପକ୍ଷଙ୍କ ଦଲିଲ ଉପରେ ଶୁଣାଣି କରି କୋର୍ଟ ଇଡିକୁ ପ୍ରଶ୍ନ କରିଛନ୍ତି କି ଯଦି ଜ୍ୟାକଲିନଙ୍କ ନାଁରେ ପ୍ରମାଣ ସହ ଅଭିଯୋଗ ରହିଛି ତେବେ କାହିଁକି ଏବେସୁଦ୍ଧା ତାଙ୍କୁ ଗିରଫ କରାଯାଇନି । ଯଦି ଇଡି ତାଙ୍କ ପାଖରେ କୋଟି କୋଟି ଟଙ୍କା ଥିବା ଅଭିଯୋଗ ଆଣିଛି ତେବେ ସେହି ଟଙ୍କା କୁଆଡେ ଗଲା । ତାର ଟେର କିଭଳି ଇଡି ପାଇନି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ