ଆଜି ଦିଲ୍ଲୀ ଯିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି ନାମାଙ୍କନ ଦାଖଲ କରିପାରନ୍ତି ଦ୍ରୌପଦୀ । ଗତକାଲି ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦ୍ରୌପଦୀଙ୍କୁ ସମର୍ଥନ ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରୋମ୍ ଗସ୍ତରେ ଥିବା ନବୀନ ଦ୍ରୌପଦୀଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବା ସହ ବିଧାନସଭାର ସବୁ ବିଧାୟକ ଓଡ଼ିଶା ମାଟିର ଝିଅଙ୍କୁ ସମର୍ଥନ ପାଇଁ ଅପିଲ କରିଛନ୍ତି । ଦ୍ରୌପଦୀ ମୁର୍ମୁ ଓଡିଶା ପାଇଁ ଗର୍ବ ଓ ଗୌରବ, ତେଣୁ ତାଙ୍କୁ ଦଳମତ ନିର୍ବିଶେଷରେ ରାଜ୍ୟର ସବୁ ବିଧାୟକ ଓ ସାଂସଦ ସମର୍ଥନ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା