The Topmost

“The eyes believe themselves, the ears believe other people.”

ଆସନ୍ତାକାଲି ଦ୍ରୌପଦୀଙ୍କୁ ୨୧ ତୋପ ସଲାମୀ

ଆସନ୍ତାକାଲି ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ରାଷ୍ଟ୍ରପତି ଭାବେ ଶପଥ ନେବେ । ସୋମବାର ସକାଳ ୧୦ଟାରେ ସଂସଦ ଗୃହରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ୍‌. ଭି ରମଣା ଶପଥ ପାଠ କରାଇବା ପରେ ତାଙ୍କୁ ୨୧ ତୋପ ସଲାମୀ ଦିଆଯିବ । ଏହାପରେ ରାଷ୍ଟ୍ରପତି ସମ୍ବୋଧନ ହେବ । ସମାରୋହ ପୂର୍ବରୁ ବିଦାୟ ନେବାକୁ ଥିବା ରାଷ୍ଟ୍ରପତି ଓ ନିର୍ବାଚିତ ରାଷ୍ଟ୍ରପତି ସଂସଦରେ ପହଞ୍ଚିବେ । ଏମାନଙ୍କ ସହ ଉପରାଷ୍ଟ୍ରପତି ଓ ରାଜ୍ୟସଭା ସଭାପତି ଏମ୍‌ ଭେଙ୍ଗେୟାନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଲୋକସଭା ଅଧ୍ୟକ୍ଷ ଓମ ବିରଲା, ମନ୍ତ୍ରୀ ପରିଷଦର ସଦସ୍ୟ,ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରଦୂତ ମିଶନଗୁଡ଼ିକର ପ୍ରମୁଖ, ସଂସଦୀୟ ସଦସ୍ୟ ସମାରୋହରେ ଯୋଗ ଦେବେ । ସଂସଦର ସେଣ୍ଟ୍ରାଲ ହଲ୍‌ରେ ଶପଥ ସମାରୋହ ସରିବା ପରେ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତି ଭବନକୁ ନିଆଯିବ । ଏଠାରେ ତାଙ୍କୁ ଇଣ୍ଟର ସର୍ଭିସ ଗାର୍ଡ ଅଫ୍ ଅନର ଦିଆଯିବା ସହିତ ପୂର୍ବତନ ରାଷ୍ଟ୍ରପତିଙ୍କୁ ସିଷ୍ଠାଚାର ସମ୍ମାନିତ କରାଯିବ ।