୧୭ ଦିନ ପରେ ଉତରକାଶୀ ଟନେଲରୁ ୫ ଜଣ ଓଡ଼ିଆ ମଧ୍ୟ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ଆସନ୍ତାକାଲି ସମସ୍ତେ ଓଡ଼ିଶା ଫେରିବେ ବୋଲି ଜଣାପଡ଼ିଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ମୟୁରଭଞ୍ଜ ବାରିପଦାର ବିଶ୍ୱେର ନାୟକ, କୁଲଡିହାର ରାଜୁ ନାୟକ, ବଡ କୁଦରର ଧୀରେନ ନାୟକ, ନବରଙ୍ଗପୁର ତାଲବେଡାର ଭଗବାନ ଭତ୍ରା ଓ ଭଦ୍ରକ ଶଙ୍କର୍ଷଣପୁରର ତପନ ମଣ୍ଡଳ । ଉଦ୍ଧାର ପରେ ସେମାନଙ୍କ ପରିବାରକୁ ଫୋନ କରି ଜଣାଯାଇଥିଲା । ଏମାନେ ଉଦ୍ଧାର ହେବା ପରେ ପରିବାରରେ ଖୁସିର ଲହର ଖେଳିଯାଇଛି । ନବରଙ୍ଗପୁର ଓ ବାରିପଦାରେ ଉତ୍ସବ ପାଳନ କରିଛନ୍ତି ଗାଁ ଓ ପରିବାର ଲୋକେ । ଉଦ୍ଧାର ୫ ଶ୍ରମିକଙ୍କ ସହ ଅଛନ୍ତି ମନ୍ତ୍ରୀ ସାରଦା ନାୟକ । ଉଦ୍ଧାର ଶ୍ରମିକଙ୍କୁ ଘରେ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ସହଯୋଗ କରିବାକୁ ରାଜ୍ୟ ସରକାର ସାରଦା ନାୟକଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି । ଗତକାଲି ଟନେଲରୁ ୪୧ ଜଣ ଶ୍ରମିକ ବାହାରକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ସହ ଫୋନରେ କଥା ହୋଇଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ