ମହାରାଷ୍ଟ୍ରରେ ହେବ ବଡ଼ଧରଣର ରାଜନୈତିକ ଓଲଟପାଲଟ । ଆସନ୍ତାକାଲି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଲେ ରାଜ୍ୟପାଳ । କାଲି ଉଦ୍ଧବ ସରକାର ଆସ୍ଥା ଭୋଟ୍ର ସମ୍ମୁଖିନ ହେବେ । ଗତକାଲି ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ରାଜ୍ୟପାଳଙ୍କୁ ଭେଟି ଆସ୍ଥାଭୋଟ୍ କରିବା ପାଇଁ ନିବେଦନ କରିଥିଲେ । ବର୍ତ୍ତମାନର ଶିବସେନା ସରକାର ସଂଖ୍ୟାଲଘୁରେ ପରିଣତ ହେବା ପରେ ବିଜେପି ସରକାର ଗଢ଼ିବା ନେଇ ଆଶାବାଦୀ ହୋଇଛି । ଏକନାଥ ସିନ୍ଦେ ଓ ତାଙ୍କ ସମର୍ଥକମାନେ ଓହରିବା ପରେ ସଙ୍କଟରେ ପଡ଼ିଥିଲା ଶିବସେନା । ସେପଟେ ଏବେବି ବିଦ୍ରୋହୀ ଗୋଷ୍ଠୀ ଫେରି ଆସିବେ ବୋଲି ଆଶା ରଖିଛନ୍ତି ଉଦ୍ଧବ ଠାକରେ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍