ସେପ୍ଟେମ୍ବର ୨୨ରୁ ଯୁକ୍ତ୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ । ଏହାସହ ପିଲାଙ୍କ ପାଇଁ ୭୫% ଉପସ୍ଥାନ ବାଧ୍ୟତାମୂଳକ କରାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ନାମଲେଖା ପ୍ରକ୍ରିୟାରେ ସାଢ଼େ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇ ସାରିଲେଣି । ବହୁ ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ହୋଇଥିବାରୁ ସେମାନଙ୍କ ଲାଗି ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଜାରି ରହିଛି । ତେଣୁ ଆଉ ବିଳମ୍ବ ନ କରି ୨୦୨୨-୨୩ ଶିକ୍ଷାବର୍ଷରେ ନାମ ଲେଖାଇଥିବା ପ୍ରଥମ ବର୍ଷ ପିଲାଙ୍କ ପାଠପଢ଼ା ଆରମ୍ଭ କରିବାକୁ ସମୀର ଦାସ ନିର୍ଦ୍ଦେଶ ଦେଇଛନ୍ତି । କଲେଜଗୁଡ଼ିକ ଛାତ୍ରଛାତ୍ରୀଙ୍କ ସୁବିଧା ଦୃଷ୍ଟିରୁ କ୍ଲାସରୁମ୍ ସମୟ ଧାର୍ଯ୍ୟ କରିବେ । ଛାତ୍ରଛାତ୍ରୀଙ୍କୁ ଟାଇମ୍ ଟେବୁଲ୍ ବଣ୍ଟାଯିବା ସହ କଲେଜର ନିୟମ ବିଷୟରେ ଅବଗତ କରିବେ । ଚଳିତବର୍ଷ ଛାତ୍ରଛାତ୍ରୀଙ୍କ ଲାଗି କ୍ଲାସରୁମ୍ରେ ୭୫% ଉପସ୍ଥାନକୁ ମଧ୍ୟ ବାଧ୍ୟତାମୂଳକ କରାଯିବ । ଏହାସହ କଲେଜକୁ ପରିଚୟପତ୍ର ବାଧ୍ୟତାମୂଳକ ହେବ । ରାଗିଂ ରୋକିବା ଲାଗି ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ରୂପରେଖ ପ୍ରସ୍ତୁତ କରିଛି । ଯଦି କୌଣସି ଛାତ୍ରଛାତ୍ରୀ ରାଗିଂରେ ସାମିଲ ହେଉଥିବା ଦୃଷ୍ଟିକୁ ଆସେ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କଲେଜଗୁଡ଼ିକୁ କୁହାଯାଇଛି। ଏନେଇ ନାମଲେଖା ସମୟରେ ଛାତ୍ରଛାତ୍ରୀ ଓ ଅଭିଭାବକ ଅଣ୍ଟରଟେକିଂ ଦେଇଛନ୍ତି ।
More Stories
ଗାଡି ଟାୟାରରୁ ବାହାରୁଛି ଟଙ୍କା
ସୁନାମି ପାଇଁ ପ୍ରସ୍ତୁତ ହେବାକୁ ୨୪ ଗାଁକୁ ଚେତାବନୀ
ରାତି ପାହିଲେ ପ୍ରତ୍ୟେକ ଚାଷୀଙ୍କୁ ଅତିରିକ୍ତ 800 ଟଙ୍କା