ଲକ୍ଷୀମପୁର ଖେରୀ ହିଂସା ଘଟଣାରେ ଜେଲରେ ବନ୍ଦ ଥିବା ଆଶିଷ ମିଶ୍ରାଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ଥି । କୋର୍ଟ ତାଙ୍କୁ ୮ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଆଶିଷ ମିଶ୍ରା ଜାମିନ ପାଇବା ପରେ ଦିଲ୍ଲୀ ଏବଂ ୟୁପିରୁ ବାହାରେ ରହିବେ । ଜେଲରୁ ବାହରକୁ ଆସିବା ପରେ ତାଙ୍କୁ ଗୋଟିଏ ସପ୍ତାହ ମଧ୍ୟରେ ୟୁପି ଛାଡିବାକୁ ପଡିବ । ଯଦି ପୁଣି ଜାଣିବାକୁ ମିଳେ ଯେ ମକଦ୍ଦମାରେ ଡେରି କରିବାକୁ ଚେଷ୍ଟା କରୁଛନ୍ତି ତାଙ୍କ ଜାମିନ ରଦ୍ଦ କରିଦିଆଯିବ । କୋର୍ଟ ଆଶିଷଙ୍କ ସହ ଥିବା ଅନ୍ୟ ୪ ଜଣଙ୍କୁ ମଧ୍ୟ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । କୋର୍ଟ କହିଛନ୍ତି, ଆଶିଷ ମିଶ୍ରା ନିଜ ଅଞ୍ଚଳର ପୋଲିସ ଷ୍ଟେସନରେ ହାଜିରା ଦେବାକୁ ପଡିବ । ଏହା ସହ ନିଜର ପାସପୋର୍ଟକୁ ମଧ୍ୟ ଦାଖଲ କରିବାକୁ ପଡିବ । ସୁପ୍ରିମକୋର୍ଟ ମାର୍ଚ୍ଚ ୧୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍