ଝାଡ଼ଖଣ୍ଡ ଧାନବାଦରେ ଅଭାବନୀୟ ଘଟଣା । ସ୍ଥାନୀୟ ଆଶିର୍ବାଦ ଟାୱାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ ୧୦ ଜଣ ମହିଳା, ୩ ଶିଶୁ ଓ ଜଣେ ପୁରୁଷ ରହିଛନ୍ତି । ଧାନବାଦର ଡେପୁଟି କମିଶନର ସନ୍ଦୀପ କୁମାର କହିଛନ୍ତି, ଆପାର୍ଟମେଣ୍ଟରେ ଚାଲୁଥିବା ଏକ ପୂଜା ବେଳେ ଏହି ଅଘଟଣ ଘଟିଛି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିଥିଲା । ଏହି ଘଟଣା ମଙ୍ଗଳବାର ସନ୍ଧ୍ୟାରେ ଘଟିଥିବା ନେଇ ସୂଚନା ମିଳିଛି । ତେବେ ଏହି ଘଟଣାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଶୋକ ପ୍ରକାଶ କରିଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ