The Topmost

“The eyes believe themselves, the ears believe other people.”

ଆର୍ ବିଆଇର ଚିନ୍ତା, ବଢୁଛି ଋଣ

ବ୍ୟାଙ୍କରେ କମୁଛି ସେଭିଂ । ବଢୁଛି ଋଣ ଦେବା ହାର । ଆରବିଆଇର ବଢୁଛି ଚିନ୍ତା । ଗ୍ରାହକ ନିଜ ଆକାଉଣ୍ଟରେ ଆଉ ପୂର୍ବପରି ସେଭିଂ କରୁନାହାନ୍ତି । ବରଂ ଲୋନ ପାଇଁ ବ୍ୟାଙ୍କରେ ଲମ୍ବା ଲାଇନ ଲଗାଉଛନ୍ତି । ଘରୋଇ ବ୍ୟାଙ୍କରେ ସ୍ଲୋ ଡିପୋଜିଟ୍ ଗ୍ରୋଥ ହେଉଥିବାରୁ ଚିନ୍ତା ପ୍ରକଟ କରିଛି ଆରବିଆଇ । ଏହାକୁ ନେଇ ଘରୋଇ ବ୍ୟାଙ୍କର ସିଇଓଙ୍କ ସହ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି । ଆରବିଆଇର ରେକର୍ଡ ଅନୁସାରେ ବ୍ୟାଙ୍କରେ ସଞ୍ଚୟ ରାଶି ବାର୍ଷିକ ୧୦.୨ ପ୍ରତିଶତ ଆଧାର ଅଭିବୃଦ୍ଧି ତୁଳନାରେ ଚଳିତ ବର୍ଷ ୯.୬ ପ୍ରତିଶତ ରହିଛି । ଏପଟେ ଋଣ ନେବା ପାଇଁ ଲୋକଙ୍କ ଆଗ୍ରହ ବଢୁଛି । ପ୍ରତିବର୍ଷ ୬.୫ ପ୍ରତିଶତ ଆଧାର ତୁଳନାରେ ଏବେ ଋଣନେବା ହାର ୧୭.୯ ପ୍ରତିଶତ ବଢିଛି । ଆଜି ହେବାକୁ ଥିବା ବୈଠକରେ ସଞ୍ଚୟ ହାରକୁ ସ୍ଥିର ରଖିବା ପାଇଁ ଆଲୋଚନା ହେବ ।