February 13, 2026

ଆର୍ ଏସ୍ ଏସ୍ ର ଶୋଭାଯାତ୍ରାକୁ ଅନୁମତି

ମଙ୍ଗଳବାର ତାମିଲନାଡୁ ସରକାରଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ରାଜ୍ୟରେ ଆର୍‌ଏସ୍‌ଏସ୍‌ର ଶୋଭାଯାତ୍ରାକୁ ଅନୁମତି ମିଳିବା ପରେ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ‌ଚ୍ୟାଲେଞ୍ଜ୍‌ କରି ରାଜ୍ୟ ସରକାର ଏକ ଆବେଦନ କରିଥିଲେ।  ଜଷ୍ଟିସ୍ ଭି ରାମଶୁବ୍ରମଣ୍ୟମ ଏବଂ ପଙ୍କଜ ମିତ୍ତଲଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଉକ୍ତ ଆବେଦନକୁ ଖାରଜ ଘୋଷଣା କରିଛନ୍ତି । ଗତ ଫେବ୍ରୁଆରି ୧୦ ରେ, ସୁସ୍ଥ ଗଣତନ୍ତ୍ର ପାଇଁ ପ୍ରତିବାଦ ଜରୁରୀ ବୋଲି ଦର୍ଶାଇ ମାଡ୍ରାସ ହାଇକୋର୍ଟଙ୍କର ଏକ ଖଣ୍ଡପୀଠରେ ତାମିଲନାଡୁରେ ଆରଏସଏସକୁ ଶୋଭାଯାତ୍ରା ପାଇଁ ଅନୁମତି ଦେଇଥିଲେ । ତେବେ ଅଦାଲତଙ୍କର ଏହି ରାୟକୁ ଚ୍ୟାଲେଞ୍ଜ୍‌ କରି ସୁପ୍ରି‌ମ୍‌କୋର୍ଟକୁ ଯାଇଥିଲେ ରାଜ୍ୟର ଡିଏମ୍‌କେ ସରକାର।

SHARE BY