The Topmost

“The eyes believe themselves, the ears believe other people.”

ଆର୍ମେନିଆ ଓ ଆଜରବୈଜାନ ମଧ୍ୟରେ ପୁଣି ଉତ୍ତେଜନା

ଆର୍ମେନିଆ ଓ ଆଜରବୈଜାନ ମଧ୍ୟରେ ପୁଣି ଉତ୍ତେଜନା ପ୍ରକାଶ ପାଇଛି । ଆଜରବୈଜାନ ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରିଛି ଯେ, ଆର୍ମେନିଆ ବିବାଦୀୟ ଅଞ୍ଚଳ ନାର୍ଗୋର୍ନୋ-କାରଓ୍ୱାଖର କିଛି ପାହାଡକୁ କବଜା କରିନେଇଛି । ଏବଂ ଆର୍ମେନିଆ ସେନା ଜଣେ ଯବାନଙ୍କୁ ମଧ୍ୟ ହତ୍ୟା କରିଛି । ତେବେ ଏହି ସ୍ଥାନରେ ଋଷର ଶାନ୍ତି ସୈନିକ ନିୟୋଜିତ ଅଛନ୍ତି । ସେହିପରି ଆର୍ମେନିଆ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ଆଜରବୈଜାନ ଆକ୍ରମଣରେ ତାର ଦୁଇ ସୈନ୍ୟ ନିହତ ହୋଇଛନ୍ତି । ଲଢେଇରେ ଏବେସୁଦ୍ଧା ୧୯ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ମଧ୍ୟରୁ ୪ ଜଣଙ୍କ ସ୍ଥିତି ଗୁରୁତର ରହିଛି । ସେପଟେ ଋଷ ସେନା ମଧ୍ୟ ଆଜରବୈଜାନ ତିନି ଥର ଯୁଦ୍ଧ ବିରତି ଉଲ୍ଲଙ୍ଘନ କରିଥିବା ସୂଚନା ଦେଇଛି । ନାଗୋର୍ଣ୍ଣୋ କରବାଖ ଭୂଖଣ୍ଡକୁ ନେଇ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି । ୪ହଜାର ବର୍ଗ କିଲୋମିଟର ଅଞ୍ଚଳକୁ ଉଭୟ ଦେଶ ପ୍ରଥମରୁ ନିଜର ଦାବି କରିଆସୁଛନ୍ତି । ଏହି ଭୂଖଣ୍ଡକୁ ନିଜ ଆୟତ୍ତକୁ ନେବା ଲାଗି ଉଭୟ ଦେଶ ଏବେ ଯୁଦ୍ଧକୁ ଓହ୍ଲାଇଛନ୍ତି ।