ଭାରତ ହେଲା ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତିକ ଦେଶ । ମଜବୁତ ହେଉଛି ଦେଶର ଅର୍ଥନୀତି । ଯାହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ଦେଖିବାକୁ ମିଳିଛି । ୟୁରୋପରେ ମାନ୍ଦାବସ୍ଥା ଭିତରେ ଘରୋଇ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ହେତୁ ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତିକ ଦେଶରେ ସାମିଲ ହୋଇଛି । ବୃହତମ ଅର୍ଥନୀତିରେ ଭାରତ ବ୍ରିଟେନକୁ ଅତିକ୍ରମ କରିଛି । ତେଣୁ ଆମେରିକା, ଚୀନ, ଜାପାନ ଏବଂ ଜର୍ମାନୀ ପରେ ଭାରତ ପଞ୍ଚମ ସ୍ଥାନରେ ପହଞ୍ଚିଥିବା ବେଳେ ବ୍ରିଟେନ ଷଷ୍ଠ ସ୍ଥାନକୁ ଖସିଛି । ୨୦୨୧ ମସିହାର ଶେଷ ତିନିମାସରେ ଭାରତ ବ୍ରିଟେନକୁ ଅତିକ୍ରମ କରିଛି । ଅନ୍ୟପଟେ, ଜିଡିପି ତଥ୍ୟ ଅନୁସାରେ ଭାରତ ପ୍ରଥମ ତିନି ମାସରେ ଏହାର ଅଭିବୃଦ୍ଧିକୁ ମଜବୁତ କରିଛି । ନୋମିନାଲ କ୍ୟାସ ଆଧାରରେ ଭାରତୀୟ ଅର୍ଥନୀତିର ଆକାର ୮୫ ହଜାର ୪୭୦ କୋଟି ଡ଼ଲାର ରହିଛି । ସମାନ ଅବଧିରେ, ସମାନ ଆଧାରରେ ବ୍ରିଟେନର ଅର୍ଥନୀତିର ଆକାର ୮୧ ହଜାର ୬୦୦ କୋଟି ଡ଼ଲାର ଥିଲା ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ