The Topmost

“The eyes believe themselves, the ears believe other people.”

ଆର୍ଥିକ ସଙ୍କଟ ପାଇଁ ପୁଣି ବିରୋଧ ପ୍ରଦର୍ଶନ

ଶ୍ରୀଲଙ୍କାର ପିଛା ଛାଡୁନି ସଙ୍କଟ । ଦେଶ ନୂଆ ରାଷ୍ଟ୍ରପତି ମିଳିବା ପରେ ମଧ୍ୟ ଦେଶର ସଙ୍କଟ ଦୂର ହେଉନାହିଁ । ଲୋକମାନେ ଗତ ୭୦ ବର୍ଷ ମଧ୍ୟରେ ସବୁଠୁ ବଡ଼ ଆର୍ଥିକ ସଙ୍କଟର ସାମ୍ନା କରୁଛନ୍ତି । ଏବେ ଶ୍ରୀଲଙ୍କାରେ ପୁଣି ଥରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି । ଟାକ୍ସ ବୃଦ୍ଧି, ମୁଦ୍ରାସ୍ଫୀତିକୁ ନେଇ କଲମ୍ବୋରେ ଅନେକ ସଂଖ୍ୟାରେ ଲୋକମାନେ ଶାସନ-ପ୍ରଶାସନ ବିରୋଧରେ ଆନ୍ଦୋଳନ କରିଛନ୍ତି । ବିରୋଧୀ ଦଳ, ଟ୍ରେଡ ୟୁନିୟନ ଏବଂ ସାମାଜିକ ସଂଗଠନ ମିଳିତ ଭାବରେ ଏହି ବିକ୍ଷୋଭ କରିଥିଲେ। ବିକ୍ଷୋଭକାରୀମାନେ ରାଷ୍ଟ୍ରପତିଙ୍କ ଘର ଏବଂ ଅନ୍ୟ ମନ୍ତ୍ରାଳୟ ଅଞ୍ଚଳରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲ। କିନ୍ତୁ ବିକ୍ଷୋଭକାରୀଙ୍କୁ ସେଠାରୁ ପହଞ୍ଚିବା ପୂର୍ବରୁ ଅଟକାଇଥିଲେ ।