The Topmost

“The eyes believe themselves, the ears believe other people.”

ଆର୍ଥିକ ଚିନ୍ତାରେ ଏଲନ ମସ୍କ

ଏଲନ ମସ୍କଙ୍କ ବଢୁଛି ଦୁର୍ଦ୍ଦଶା । ଟୁଇଟର ମାଲିକଙ୍କ ଲାଗି ଆସିଛି ଅତି ଖରାପ ସମୟ । ନା ଦେଇପାରୁଛନ୍ତି ଅଫିସ ଭଡ଼ା ନା ସୁଧାରିପାରୁଛନ୍ତି କମ୍ପାନି ସ୍ଥିତି । ରାତାରାତି ୨୦୦ ବିଲିୟନ ଡଲାର କ୍ଷତି ସହିଥିବା ଟୁଇଟର, ଟେସଲା ଓ ସ୍ପେସଏକ୍ସ ମାଲିକ ମସ୍କ ଏବେ ଗଭୀର ଚିନ୍ତାରେ । ଟୁଇଟର ଅଧିକୃତ କରିବା ପରେ ସେ ବିଶ୍ବସ୍ତରରେ ପ୍ରାୟ ୫୦ ଭାଗ କର୍ମଚାରୀଙ୍କୁ ଛଟେଇ କରିସାରିଲେଣି । କମ୍ପାନିର ସ୍ଥିତି ଏପରି  ହେଲାଣି ଯେ କର୍ମଚାରୀଙ୍କ ଲାଗି ରହିଥିବା ସୁବିଧା ଗୁଡିକୁ ସେ ହଟାଇ ନେଲେଣି । କେବଳ ଏତିକି ନୁହେଁ ସେ କମ୍ପାନିର ଫର୍ଣ୍ଣିଚର, କିଚେନ ସାମଗ୍ରୀ ଆଦି ବିକ୍ରି କରିବା ଆରମ୍ଭ କଲେଣି । ବର୍ତ୍ତମାନ ସୁଦ୍ଧା ସାନଫ୍ରାନସିସ୍କୋ ଅଫିସ ଭଡା ପରିମାଣ ହେଲାଣି ୧ କୋଟି ୧୨ ଲକ୍ଷ ଟଙ୍କା ଯାହା ଦେଇ ପାରିନାହାନ୍ତି ମସ୍କ ।