ଆରମ୍ଭ ହେବ କି ଆଉ ଏକ ଯୁଦ୍ଧ

ବଢ଼ିଲା ତାଇଓ୍ବାନ ଉପରେ ଚୀନ ହମଲା ଆଶଙ୍କା । ତାଇଓ୍ବାନ ସୀମାରେ ଉଡିଛି ଚୀନର ୩୬ଟି ସାମରିକ ବିମାନ । ଓ୍ବାନ ଚୀନ ପଲିସି ଅନୁସାରେ ତାଇଓ୍ବାନକୁ କବଜା କରିବା ଲାଗି ଚୀନର ଯୋଜନା ରହିଥିବାବେଳେ ଏହି ଯୁଦ୍ଧ ବିମାନ ଉଡାଣ ଯୋଗୁ ତାଇଓ୍ବାନ ଆଶଙ୍କା ବ୍ୟକ୍ତ କରିଛି। ଚୀନର ରାଷ୍ଟ୍ରପତି ଭାବେ ତୃତୀୟ ଥର ଲାଗି ସି ଜିନପିଙ୍ଗ ନିର୍ବାଚିତ ହେବା ପରେ ପ୍ରଥମ ଥର ଲାଗି ଏହି ବଡ଼ ଧରଣର ସାମରିକ ସୋ ପ୍ରଦର୍ଶନ କରାଯାଇଛି । ତାଇଓ୍ବାନରେ ୧୦ଟି ବିମାନ ଉଡିଥିବାବେଳେ ତନ୍ମଧ୍ୟରେ ଥିଲା ୬ଟି ସେନୟାଙ୍ଗ ୧୧ ଓ ୪ଟି ଜେ-୧୬ ଏୟାରକ୍ରାଫ୍ଟ । ଗତ କିଛି ଦିନ ଧରି ତାଇଓ୍ବାନ ଉପରେ ଆକ୍ରମଣ ଆଶଙ୍କା ଘନୀଭୂତ ହେଉଥିବାରୁ ଦେଶରେ ଆଲର୍ଟ ଜାରିକରାଯାଇଆସୁଛି ।

SHARE BY