ଆରବ ମରୁଭୂମିରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା । ତେବେ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆରବର ବିଭିନ୍ନ ଦେଶରେ ଗତ କିଛି ଦିନରେ ହୋଇଥିବା ପ୍ରବଳ ବର୍ଷା ବିଗତ ଅନେକ ବର୍ଷର ରେକର୍ଡ ଭାଙ୍ଗିଛି । ୟୁନାଇଟେଡ୍ ଆରବ ଏମିରେଟ୍ସ ବା ୟୁଏଇରେ ହୋଇଥିବା ବନ୍ୟାରେ ୭ ଜଣ ପ୍ରାଣ ହରାଇଥିବା ଜଣାଯାଇଛି । ମୃତ୍ୟୁବରଣ କରିଥିବା ସମସ୍ତ ୭ ଜଣ ଯାକ ପ୍ରବାସୀ ହୋଇଥିବା ସୂଚନା । ୟୁଏଇରେ ବର୍ଷା ହେବା ଏକ ବିରଳ ଘଟଣା ବୋଲି କୁହାଯାଏ । କିନ୍ତୁ ଗତ କିଛି ଦିନ ହେଲା ପୂର୍ବ ୟୁଏଇରେ ଏତେ ବର୍ଷା ହୋଇଛି ଯେ ତାହା ଗତ ୩୦ ବର୍ଷର ରେକର୍ଡ ଭାଙ୍ଗିଦେଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ