ନାହାନ୍ତି ଭେଟେରାନ ଅଭିନେତା ରାଇମୋହନ ପରିଡା । ବରିଷ୍ଠ ଅଭିନେତା ରାଇମୋହନ ଆତ୍ମହତ୍ୟା କରିଥିବାବେଳେ ପ୍ରାଚୀ ବିହାର ସ୍ଥିତ ତାଙ୍କ ବାସଭବନରୁ ଝୁଲନ୍ତା ମୃତଦେହ ଠାବ ହୋଇଛି । ଘଟଣା ସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ତଦନ୍ତ ଚଲାଇ ଥିବାବେଳେ ଆତ୍ମହତ୍ୟାର କାରଣ ଅସଷ୍ପଷ୍ଟ ରହିଛି । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିବାବେଳେ ୧୯୮୫ ମସିହାରୁ ଥିଏଟରରୁ କ୍ୟାରିୟର ଆରମ୍ଭ କରିଥିଲେ । ସେ ପ୍ରାୟ ୧୦୦ ଟି ଫିଲ୍ମରେ ଅଭିନୟ କରି ଥିବାବେଳେ ୧୫ଟି ବେଙ୍ଗଲୀ ଫିଲ୍ମ ଓ ୪୦ ଟି ନାଟକରେ ଅଭିନୟ କରିଥିଲେ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍