ଗ୍ରୀଷ୍ମଦିନେ ଆମ୍ବ ଖାଇବାର ମଜା ନିଆରା । ସମସ୍ତେ ଆମ୍ବ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । ଗରମ ଦିନେ ଶରୀରକୁ ଥଣ୍ଡା ରଖିବାରେ ଆମ୍ବ ବହୁତ ସାହାଯ୍ୟ କରେ । ତେଣୁ ଆମ୍ବକୁ ବ୍ରେକଫାଷ୍ଟଠାରୁ ଆରମ୍ଭ କରି ଡିନର୍ରେ ସାମିଲ କରିଥାନ୍ତି । ହେଲେ ଏହାକୁ ଖାଇବା ପୂର୍ବରୁ ଲୋକମାନେପାଣିରେ ରଖନ୍ତି । କାରଣ ଆମ୍ବକୁ ପାଣିରେ ଭିଜାଇ ରଖିବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ବୋଲି ବିବେଚନା କରାଯାଏ । ଏଥିରେ ଗୋଟିଏ ନୁହେଁ ବରଂ ଢେରସାରା ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି ମାର୍କେଟରୁ ଆମ୍ବ ଆଣିବା ପରେ ତୁରନ୍ତ ଖାଉଛନ୍ତି, ତାହେଲେ ଆପଣ ଭୁଲ କରୁଛନ୍ତି । ଆମ୍ବ ସହ ଅନ୍ୟ ପନିପରିବାରେ ଫାଇଟିକ ଏସିଡ୍ ଥାଏ । ଫାଇଟିକ ଏସିଡ୍ ଶରୀରରେ ତାପ ବୃଦ୍ଧି କରେ । ତେଣୁ କିଛି ସମୟ ପାଣିରେ ରଖିଲେ, ଏହି ଫାଇଟିକ୍ ଏସିଡ୍ ବାହାରିଯାଇଥାଏ । ସେହିପରି ଆଜିକାଲି ଆମ୍ବ ପଚାଇବା ପାଇଁ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥକୁ ବ୍ୟବହାର କରାଯାଉଛି । ଏହା ଶରୀର ପାଇଁ ଏକ ବିଷ ପରି । ତେଣୁ ଖାଇବାର ୩୦ ମିନିଟ ପୂର୍ବରୁ ଆମ୍ବକୁ ପାଣିରେ ବୁଡ଼ାଇ ରଖନ୍ତୁ, ତାପରେ ସେବନ କରନ୍ତୁ । ଏପରି ସଠିକ୍ ଭାବେ ଆମ୍ବ ଖାଇଲେ ତ୍ୱଚା ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏପରିକି ଫ୍ୟାଟ୍ ବଷ୍ଟର ରୂପେ ମଧ୍ୟ ଏହା କାର୍ଯ୍ୟ କରିଥାଏ ।

More Stories
ପାଟିରେ ପୋଡାଜଳା ହେଉଛି କି
ତରକାରୀରେ ଅଧିକ ହଳଦୀ ପଡିଗଲେ କଣ କରିବେ
ଦୈନିକ ବିଟ୍ ଜୁସ୍ ସେବନ ଦୂର କରେ ଏହି ସାଙ୍ଘାତିକ ରୋଗ