January 11, 2026

ଆମେରିକା ରାଷ୍ଟ୍ରପତି ରେସ୍ ରେ ଭାରତୀୟ

ଆମେରିକୀୟ ଭାରତୀୟ ଉଦ୍ୟୋଗୀ ବିବେକ ରାମସ୍ବାମୀ ଆସନ୍ତା ବର୍ଷ ଆମେରିକାର ରାଷ୍ଟ୍ରପତି ପଦ ଲାଗି ଲଢିବେ ନିର୍ବାଚନ। ଦେଶକୁ ଆଗେଇ ନେବାର ପ୍ରତିଶ୍ରୁତି ସହ ଚୀନ ଉପରେ ନିର୍ଭରଶୀଳତାର ଅନ୍ତ ଘଟାଇବା ଲାଗି ଦେଇଛନ୍ତି ପ୍ରତିଶ୍ରୁତି। ପୂର୍ବରୁ ରିପବ୍ଲିକାନ ଦଳର ନିକ୍କି ହାଲେ ରାଷ୍ଟ୍ରପତି ନିର୍ବାଚନ ଲଢିବା ଲାଗି ସୂଚନା ଦେଇଥିବାବେଳେ ପ୍ରତିଯୋଗିତା ଦୌଡ଼ରେ ସାମିଲ ହୋଇଛନ୍ତି ବିବେକ । ଓହିଓର ଜେନେରାଲ ଇଲେକ୍ଟ୍ରିକ ପ୍ଲାଣ୍ଟରେ କାର୍ଯ୍ୟରତ ବିବେକଙ୍କ ବୟସ ୩୭ ବର୍ଷ ହୋଇଥିବାବେଳେ ତାଙ୍କ ପୈତୃକ ରାଜ୍ୟ ହେଉଛି କେରଳ । ପୂର୍ବରୁ ସାଉଥ କାରୋଲିନାର ପୂର୍ବତନ ଗଭର୍ଣ୍ଣର ତଥା ଜାତିସଂଘ ଲାଗି ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ନିକ୍କି ହାଲେ ରାଷ୍ଟ୍ରପତି ନିର୍ବାଚନ ଲଢିବା ଲାଗି ଘୋଷଣା କରିଥିଲେ।

SHARE BY