ଭାରତର ସ୍ବାଧୀନତା ଦିବସରେ ଆମେରିକାର ଟାଇମ୍ସ ସ୍କୋଏୟାରରେ ଉନ୍ମୋଚନ ହେବାକୁ ଯାଉଛି କୋଣାର୍କ ମନ୍ଦିରର ଚକ୍ରର ପ୍ରତିକୃତି। ସେଲିବ୍ରିଟି ସେଫ୍ ବିକାଶ ଖାନ୍ନା ଟାଇମ୍ସ ସ୍କୋଏୟାର ଲୋକାର୍ପଣ କରିବେ । ଓଡ଼ିଶାର କଳା ସଂସ୍କୃତିକୁ ଖୁବ ଭଲ ପାଆନ୍ତି ବିକାଶ ଖାନ୍ନା । ଜାପାନରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୂର୍ବରୁ ପ୍ରସ୍ତୁତ କରିଥିଲେ କୋଣାର୍କ ଚକ୍ର । ସେଠାରେ ବିକାଶ ଖାନ୍ନ ଏହି ଚକ୍ର ଦେଖି ଆତ୍ମ ବିଭୋର ହୋଇପଡିଥିଲେ । ଟାଇମ୍ସ ସ୍କୋଏୟାର ଏହି ଚକ୍ରର ଲୋକାର୍ପଣ ନେଇ ବେଶ ଖୁସି ଅଛନ୍ତି ବୋଲି କହିଛନ୍ତି ବିକାଶ ଖାନ୍ନା । ବିଶ୍ବ ଐତିହରେ କୋଣାର୍କ ଚକ୍ରର ସ୍ବତନ୍ତ୍ର ସ୍ଥାନ ରହିଛି । ଭାରତ ସରକାର ଏବଂ ଇଣ୍ଡୋ ଆମେରିକାନ ଆର୍ଟ୍ସ କାଉନସିଲର ସହଯୋଗ ପାଇଁ ଏହା ସମ୍ଭବ ହେବାକୁ ଯାଉଛି ବୋଲି କହିଛନ୍ତି ବିକାଶ ଖାନ୍ନା କହିଛନ୍ତି । ପରବର୍ତ୍ତୀ ସମୟରେ ଏହି ଚକ୍ର ନ୍ୟୁୟର୍କରେ ଥିବା ବିକାଶ ଖାନାଙ୍କ ହୋଟେଲରେ ସ୍ଥାନ ପାଇବ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ