The Topmost

“The eyes believe themselves, the ears believe other people.”

ଆମେରିକା-ଚୀନ୍ ମୁହାଁମୁହିଁ

ଆମେରିକା-ଚୀନ ମୁହାଁମୁହିଁ । ଚୀନ ବାୟୁସୀମା ଭିତରେ ଆମେରିକାର ପାଟ୍ରୋଲିଂ ଏୟାରକ୍ରାଫ୍ଟ । ଘଉଡାଇ ଦେଲା ଚୀନର ଫାଇଟର ଜେଟ୍ । ଦକ୍ଷିଣ ଚୀନ ସାଗର ପାରାସେଲ ଦ୍ବୀପପୁଞ୍ଜରେ ଅନୁପ୍ରବେଶ କରିଥିଲା ଆମେରିକାର ପାଟ୍ରୋଲିଂ ଏୟାରକ୍ରାଫ୍ଟ । ଚୀନର ରାଡରକୁ ଏହାର ସୂଚନା ଆସିବା ମାତ୍ରେ ଆକ୍ଟିଭ ହୋଇଯାଇଥିଲା ସେନାର ଫାଇଟର ଜେଟ୍ । କ୍ଷେପଣାସ୍ତ୍ରରେ ସଜ୍ଜିତ ଚୀନର J-11 ଫାଇଟର ଜେଟ୍ ଆକାଶରେ ଗର୍ଜନ କରିବା ସହ ଆମେରିକା ପାଟ୍ରୋଲିଂ ଏୟାରକ୍ରାଫ୍ଟକୁ ଘଉଡାଇ ଦେଇଥିଲା । ଅଭିଯୋଗ ଅନୁସାରେ, ଦକ୍ଷିଣ ଚୀନ ସାଗରର ୨୧ ହଜାର ୫୦୦ ଫୁଟ ଉଚ୍ଚତାରେ ଆମେରିକା ନୌସେନାର ପି-୮ ପସିଡନ ଏୟାରକ୍ରାଫ୍ଟ ଉଡୁଥିଲା । ତାହାକୁ ଇଣ୍ଟରସେପ୍ଟ କରିବାକୁ ଚୀନ ଫାଇଟର ଜେଟ୍ ଆକ୍ସନକୁ ଆସି ଯାଇଥିଲେ । ଭବିଷ୍ୟତରେ ଏପରି କଲେ ପ୍ରତିଫଳ ଭୋଗିବାକୁ ପ୍ରସ୍ତୁତ ରହିବାକୁ ଚୀନ ସତର୍କବାଣୀ ଶୁଣାଇ ଦେଇଛି ।