ଆମେରିକାର କେନ୍ଦ୍ରୀୟ କାଲିଫର୍ଣ୍ଣିଆର ଏକ ଘରେ ଗୁଳିମାଡ ହୋଇଛି । ଏହି ଗୁଳିମାଡରେ ଜଣେ ଶିଶୁ ସମେତ ୬ଜଣଙ୍କ ପ୍ରାଣ ଯାଇଛି । ତେବେ ଏହି ଘଟଣାରେ ୩୦ଜଣ ଆହତ ହୋଇଥିବା ଜଣାପଡିଛି । ଘଟଣା ପରେ ସ୍ଥାନୀୟ ପୁଲିସ ପକ୍ଷରୁ ତଦନ୍ତ କରାଯାଇଛି । ଅତିକମରେ ଦୁଇଜଣଙ୍କ ଦ୍ୱାରା ଏହି ଗୁଳିକାଣ୍ଡ ହୋଇଥିବା ସେରିଫ କାର୍ୟ୍ୟାଳୟ ସୂତ୍ରରୁ ଜଣାପଡିଛି । ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ଯେ, ଭିସାଲିଆର ପୂର୍ବରେ ଥିବା ଗୋସେନ ଅଞ୍ଚଳରେ ସୋମବାର ରାତି ପ୍ରାୟ ୩ଟାରେ ଏକ ଘରେ ହଠାତ୍ ଦୁର୍ବୃତ୍ତମାନେ ଅତର୍କିତ ଗୁଳିମାଡ କରିଥିଲେ। ଏହା ଜଣାପଡିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ