ଆମେରିକାର ଲେବିଷ୍ଟନରେ ଭୟଙ୍କର ଗୁଳିକାଣ୍ଡ । ଗୁଳିକାଣ୍ଡରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଆହତ ହୋଇଥିବା ସୂଚନା ରହିଛି । ତେବେ ଗୁଳିକାଣ୍ଡର କାରଣ ଜଣାପଡିନଥିବାବେଳେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି । ଜଣେ ସନ୍ଦିଗ୍ଧ ଗୁଳି ଚଳାଉଥିବା ଦେଖିବାକୁ ମିଳିଛି । ଫଟୋରେ ଥିବା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାକୁ କାଉଣ୍ଟି ସେରଫ୍ ସର୍ବସାଧାରଣଙ୍କ ସହଯୋଗ ଲୋଡ଼ିଛି । ସନ୍ଦିଗ୍ଧ କାର୍ଯ୍ୟକଳା କି, ବ୍ୟକ୍ତିବିଶେଷଙ୍କୁ ଦେଖିଲେ ୯୧୧କୁ ଫୋନ୍ କରିବା ଲାଗି ପୁଲିସ କହିଛି । ଲିୱିଷ୍ଟନ୍ସ୍ଥିତ ‘ଦି ସେଣ୍ଟ୍ରାଲ୍ ମେନେ ମେଡିକାଲ୍ ସେଣ୍ଟର୍’ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି ଯେ, ଗୁଳିକାଣ୍ଡ ଓ ନରସଂହାରଜନିତ ଘଟଣାରେ ମୃତାହତମାନଙ୍କୁ ଡାକ୍ତରଖାନା ନେବା ପାଇଁ ସେ ଅଞ୍ଚଳରେ ଥିବା ବିଭିନ୍ନ ଡାକ୍ତରଖାନା ସହ ବୁଝାମଣା ଚାଲିଛି । ପୋଲିସ ଅଭିଯୁକ୍ତର ପତ୍ତା ପାଇନଥିବା ବେଳେ ସୋସିଆଲ ମିଡିଆରେ ଫଟୋ ଅପଲୋଡ କରି ଲୋକଙ୍କୁ ସତର୍କ ରହିବାକୁ ଅପିଲ କରିଛି । ଫଟୋରେ ଅଭିଯୁକ୍ତ ରାଇଫଲ ଧରି ଠିଆ ହୋଇଥିବା ଦେଖିବାକୁ ମିଳିଛି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପୁରା ଅଞ୍ଚଳରେ ଲକଡାଉନ ଘୋଷଣା କରାଯାଇଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍